Friday , July 1 2022
Breaking News
Home / ବିଶେଷ / ପୂର୍ବତନ ଗରଦପୁର ତହସିଲଦାରଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ପୂର୍ବତନ ଗରଦପୁର ତହସିଲଦାରଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

କେନ୍ଦ୍ରାପଡ଼ା, ୧୯/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ତହସିଲର ପୂର୍ବତନ ଭାରପ୍ରାପ୍ତ ତହସିଲଦାର ଅଶୋକ କୁମାର ବେହେରାଙ୍କୁ ଜଳସମ୍ପଦ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପୁଷ୍ପଗୁଛ, ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି । ଗତ ୧୯୯୫ମସିହାରୁ ଆରମ୍ଭ ହୋଇଥିବା ମହାନଦୀ- ଚିତ୍ରୋତ୍ପଳା ଦୀପାଂଚଳ ଜଳସେଚନ ପ୍ରକଳ୍ପଟି ସ୍ଥାନୀୟ ବାସୀନ୍ଦାଙ୍କ ଜମି ଅବରୋଧ ଯୋଗୁଁ ଅଗ୍ରଗତି କରିପାରୁନଥିଲା । ଦୀର୍ଘବର୍ଷ ପରେ ଗରଦପୁରର ଭାରପ୍ରାପ୍ତ ତହସିଲଦାର ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ଏହାକୁ ଅତ୍ୟନ୍ତ ଗୁରୁତର ସହ ନେଇ ଶ୍ରୀ ବେହେରା ସ୍ଥାନୀୟ ଜନସାଧାରଣ ଏବଂ ଜନପ୍ରତିନିଧିମାନଙ୍କ ସହିତ ବାରମ୍ବାର ଆଲୋଚନା କରିବା ସହ ସେମାନଙ୍କୁ ପ୍ରକଳ୍ପ ସମ୍ପର୍କରେ ବୁଝାଇଥିଲେ । ଫଳରେ ଏହି ପ୍ରକଳ୍ପର ବହୁ ସ୍ଥାନକୁ ଜବରଦଖଲ ମୁକ୍ତ କରିପାରିଥିଲେ । ଏହାଦ୍ୱାରା ୧୧୦.୪୩ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ପାଇକାର ୧୦.୧୮କିଲୋମିଟର କାର୍ଯ୍ୟ କରାଯାଇ ୬୪୦୪ ହେକ୍ଟର ଜମି ଜଳସେଚନର ସୁବିଧା ପାଇ ଚାଷୀମାନଙ୍କ ହିତ ସାଧନରେ ଲୋକାର୍ପିତ ହୋଇପାରିଲା । ତେଣୁ ପୂର୍ବତନ ତହସିଲଦାର ଶ୍ରୀ ବେହେରାଙ୍କ ନିଷ୍ଠାପର କାର୍ଯ୍ୟଦକ୍ଷତା ଓ ଜଣେ ଉତମ ପ୍ରଶାସକ ଭାବେ ଦାୟୀତ୍ୱ ନିର୍ବାହ କରିଥିବାରୁ ଜଳସେଚନ ମନ୍ତ୍ରୀ ଶ୍ରୀ ଦାସ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ, ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ତହସିଲଦାର ଶ୍ରୀ ବେହେରା ସେଠାରେ ତାଙ୍କ କାର୍ଯ୍ୟକାଳ ଭିତରେ ଏକ ସବୁଜ ଗରଦପୁର ଗଠନର ପରିକଳ୍ପନା କରି ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *