କଳାହାଣ୍ଡି ,୧୯/୦୫/୨୨ (ଓଡିଶା ସମାଚାର /ସଂଜୟ ସିଂହ)- ତେଜ ଗ୍ରୀଷ୍ମ ପ୍ରକୋପ ରେ ନଇଁ ନାଳ ପୋଖରୀ ସୁଖୀ ଆଁ କଲାଣି ।ପଶୁପକ୍ଷୀ ଙ୍କ ଠାରୁ ଆରମ୍ଭ କରି ମଣିଷ ଭିତରେ ଟୋପାଏ ପାଣି ପାଇଁ ହାହା କାର ଦେଖା ଦେଇଛି। ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧା ଭିତରେ ଛନ୍ଦି ହୋଇ ଯାଇଛନ୍ତି। ଏପଟେ ସରକାର ପ୍ରଶାସନ ନିରବ ଦ୍ରଷ୍ଟା ରହୁଥିବା ବେଳେ ଯୋଜନା କୁ ନେଇ ନାନା ପ୍ରକାର କୌତୁହଳ ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ବେହେରାପିଠା ଗ୍ରାମରେ ଗୋପାଏ ପିଇବା ପାଣି ପାଇଁ ଲୋକ ଙ୍କ ଭିତରେ ଡହଳ ବିକଳ ହେଉଥିବା ଚିତ୍ର ଦେଖିବାକୁ ମିଳିଛି। ବର୍ଷ ବର୍ଷ ଧରି ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। କେବଳ ଗାଁ ପାଖରେ ଥିବା ଏକ ନାଳ ରେ ବାଲିଚୁଆ ଖୋଲି ସେଠାରୁ ପାଣି ଆଣି ଥାଆନ୍ତି
ବର୍ଷ ତମାମ। ଗ୍ରାମରେ ୨ଟି ନଳକୂପ ଅଛି ସତ ହେଲେ ପିଇବା ଉପଯୋଗି ନୁହଁ। ସେହି ନଳକୂପ ପାଣି ବ୍ୟବହାର କଲେ ଦାନ୍ତ ହଳଦିଆ ପଡିବା ସହିତ ଝାଡ଼ାବାନ୍ତି ହୁଏ ବୋଲି ଗ୍ରାମବାସୀ କହିଛନ୍ତି।ଗୋଟାଏ ସୋଲାର ପାଣି ଟ୍ୟାଙ୍କ ମଧ୍ୟ ନିର୍ମାଣ ହୋଇଛି -ହେଲେ ପ୍ରଶାସନିକ ଉଦାସିନ ମନୋଭାବ ଯୋଗୁଁ ମରାମତି ଆଳ ରେ ସେଠାରେ ଲାଗି ଥିବା ମଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି କୁ ଖୋଲି ନେଇଥିବା
ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଠି ସକାଳ ପାହିଲେ ସ୍ତ୍ରୀ ମାଇ ପିଲା ଛୁଆ ମାନେ ପାଖରେ ଥିବା ନାଳ କୁ ଯାଇ ବାଲିଚୁଆ ଖୋଲି ଥାଆନ୍ତି। ତେବେ ଟାଣ ଖରା ଯୋଗୁଁ ନାଳ ବାଲିଚୁଆ ରେ ମଧ୍ୟ ପାଣି ସୁଖୀ ଯାଉଥିବା ବେଳେ ଭାରି କଷ୍ଟ ରେ ପାଣି ବାହାରୁ ଥିବା ଦେଖାଯାଏ। ସରକାର
ଗାଁ ର ଘର ଘରକୁ ପାଣି ଯୋଗାଇବା ବ୍ୟବସ୍ଥା କରିଥିଲେ ମଧ୍ୟ ଏହି ଗ୍ରାମ ପ୍ରତି ସଦା ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହି ଗାଁ କୁ ବସୁଧା ଜଳ ଯୋଗାଣ ଯୋଜନା ରେ ସାମିଲ କରି ପାଣି ଯୋଗାଇବା ବ୍ୟବସ୍ଥା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।ଅନ୍ୟପଟେ ଏହି ଗ୍ରୀଷ୍ମପ୍ରବାହ ଯୁଦ୍ଧ କାଳୀନ ଭିତରେ ପିଇବା ପାଣି ର ବ୍ୟବସ୍ଥା କରିବା ପାଇଁ ବ୍ଲକ ପ୍ରଶାସନିକ ଅଧିକାରୀ ଙ୍କୁ ଅଞ୍ଚଳ ବାସୀ ଗୁହାରି କରିଛନ୍ତି ।ଓଡିଶା ସମାଚାର