Wednesday , July 6 2022
Breaking News
Home / ବିଶେଷ / ପାହାଡପୁରମଠରେ ଅଭୟ ନୃସିଂହନାଥଜୀଉଙ୍କ ଜନ୍ମ ଦିବସ ପାଳିତ

ପାହାଡପୁରମଠରେ ଅଭୟ ନୃସିଂହନାଥଜୀଉଙ୍କ ଜନ୍ମ ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୯/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନାନକାର ନିକଟସ୍ଥ ପାହାଡପୁର ମଠରେ ବୈଶାଖ ଶୁକ୍ଳପକ୍ଷ ଚତୁର୍ଦ୍ଧଶୀ ତିଥିରେ ଶ୍ରୀ ଶ୍ରୀ ଅଭୟ ନୃସିଂହନାଥଜୀଉ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଷ୍ଣବ ରିତିନୀତିରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅଷ୍ଟମପ୍ରହର ନାମଯଜ୍ଞ, ଶ୍ରୀମହାପ୍ରଭୁଙ୍କ ଅଭିଷେକ, କବଚ ପାଠ, ଶ୍ରୀବିଷ୍ଣୁ ସହସ୍ରନାମ ପାଠ, ଶ୍ରୀଗୀତା ପାଠ, ଶ୍ରୀଅପରାଜିତା ପାଠ, ବୈଦିକମତେ ଘୃତାହୂତୀ, ସମସ୍ତ ସାଧୁ,ସନ୍ଥ ଓ ମହନ୍ତଗଣଙ୍କ ସନ୍ଥପୂଜା କାର୍ଯ୍ୟକ୍ରମ ପ୍ରଭୃତି କରାଯାଇଛି । ପାହାଡପୁର ମଠର ମଠାଧୀଶ ମହନ୍ତ ମହାରାଜ ତ୍ରିଲୋଚନ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଛି । ଓଡ଼ିଶା ସମାଚାର

About admin

Check Also

ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର ଉଦଘାଟିତ 

ଗରଦପୁର,୦୫/୦୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ପଂଚାୟତସ୍ଥିତ ସିକଳ ଗ୍ରାମରେ କଠିନ ବର୍ଯ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ରର ଉଦଘାଟନ …

Leave a Reply

Your email address will not be published. Required fields are marked *