Wednesday , July 6 2022
Breaking News
Home / ଶିକ୍ଷା / କଲେଜ ଅଧ୍ୟକ୍ଷଙ୍କ ଅମାନବିକତା ଓ ବେଆଇନ କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କଲେଜ ଅଧ୍ୟକ୍ଷଙ୍କ ଅମାନବିକତା ଓ ବେଆଇନ କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୧୯/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲାର ବାବର ସ୍ଥିତ ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କ ନିକଟରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ବହୁ ସଂଗୀନ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗ ଗୁଡିକ ମଧ୍ୟରେ ଛାତ୍ରୀଙ୍କ ଶୈାଚାଳୟ, ପରିସ୍ରାଗାର, କମନରୁମ ପ୍ରଭୃତିରେ ସି.ସି. ଟିଭି ଲଗାଯିବା, ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦବାଇବା ପାଇଁ ମିଥ୍ୟା କେଶ କରିବା, ବେଆଇନ ଭାବେ କଲେଜ ଆକାଉନ୍ଟାନ୍ଟଙ୍କ ଠାରୁ ଅର୍ଥ କାରବାର ଓ କ୍ୟାସବହି ପ୍ରତ୍ୟାହାର କରିନେଇ ନିଜେ ସେସବୁ କରିବା, କଲେଜ ଅଧ୍ୟାପକ,ଅଧ୍ୟାପିକାମାନଙ୍କ ବ୍ୟକ୍ତିଗତ ଫାଇଲକୁ ସଂପୃକ୍ତ କିରାଣୀଙ୍କ ଠାରୁ ନେଇଯାଇ ନିଜେ ରଖିବା, ଛାତ୍ରଛାତ୍ରୀଙ୍କ ଠାରୁ ବିନା ରସିଦରେ ଅର୍ଥ ଗ୍ରହଣ କରିବା ଓ ଷ୍ଟାଫମାନଙ୍କୁ ଦରମା ପ୍ରଦାନ ନକରିବା ପ୍ରଭୃତି ସମ୍ପର୍କରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା  ଓ କର୍ମଚାରୀମାନେ ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ପରେବି ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏମିତିକି ଜଣେ ଅଧ୍ୟାପିକାଙ୍କୁ ଅପହରଣ କରିବା ଓ ଜୀବନରୁ ମାରିଦେବାକୁ ଧମକ ଦେବା ନେଇ ତନ୍ତିଆପାଳ ସାମୁଦ୍ରିକ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଅନ୍ୟ ଜଣେ କର୍ମଚାରୀଙ୍କ ମାଙ୍କୁ କଲେଜକୁ ଡକାଇ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ନେଇ ମଧ୍ୟ ତନ୍ତିଆପାଳ ଥାନାରେ ମାମଲା ରୁଜୁ କରାଯାଇଛି । ଏସମ୍ପର୍କରେ ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପରେବି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା  ଓ କର୍ମଚାରୀମାନେ ଜିଲ୍ଲାପାଳ, ଉଚ୍ଚଶିକ୍ଷା ନିର୍ଦେଶକ,୫-ଟି ସଚିବ, ମହାକାଳପଡା ବିଧାୟକ ଓ କେନ୍ଦ୍ରାପଡା ଲୋକସଭା ସାଂସଦଙ୍କୁ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଅଧିକାର ଯାତ୍ରା-୩ର ମହାସମାବେଶ

ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଭୁବନେଶ୍ୱରସ୍ଥିତ ବିଧାନସଭା ସମ୍ମୁଖରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ୮୦ତମ …

Leave a Reply

Your email address will not be published. Required fields are marked *