Friday , July 1 2022
Breaking News
Home / ବିଶେଷ /   ଆବାସ ଯୋଜନା କାହା ପାଇଁ

  ଆବାସ ଯୋଜନା କାହା ପାଇଁ

ପ୍ରକୃତ ହିତାଧିକାରୀ ଙ୍କୁ ମିଳିବ କେବେ  ?

କଳାହାଣ୍ଡି ,୧୯/୦୫/୨୨ (ଓଡିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଲାଗାଁ ଗ୍ରାମର ସୁଶୀଲା ରାଉତ ଙ୍କୁ  ଆବାସ ଯୋଜନାରେ ରେ ଘର ଖଣ୍ଡେ  ଆଜି ପର୍ୟ୍ୟନ୍ତ ମିଳିପାରିନାହିଁ । ଅତି ଗରିବ ନିରୀହ ବାସ ହୀନ ପରିବାର ଙ୍କୁ ଚିହ୍ନଟ କରି ଘର ଖଣ୍ଡିଏ ଯୋଗେଇଦେବା ପାଇଁ ତିଆରି ହୋଇଛି ଆବାସ ଯୋଜନା । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆବାସ ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାଃ….ବାଃ କରି ଡିଣ୍ଡିମ ପିଟୁଥିବା ବେଳେ ଏଇଠି ପ୍ରକୃତ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ଥିବା ଦୃଶ୍ୟ ଦେଖିବାକୁ ମିଳିଛି  ।  ପରିବାର କହିଲେ ମାଁ ଓ ଝିଅ ଦୁଇ ଜଣ ଝିଅ ବର୍ଷା କୁ ଧରି ଦିର୍ଘ ଦିନ ହେଲା ଦୟନୀୟ ଅବସ୍ଥା ରେ ଭଙ୍ଗା ଦଦରା କୁଡିଆ ରେ ବିପଦ ସଂକୁଳ  ଅବସ୍ଥାରେ ଜୀବନ ବିତାଉଛନ୍ତି । ଏ ହେଉଛି ବାସ୍ତବ ଚିତ୍ର । କେତେ ବେଳେ ଏହି ଭଙ୍ଗା ଦଦରା କୁଡିଆ ଯେ ଭୁଶୁଡ଼ି ପଡ଼ିବ ତାହାର କିଛି ଠିକ ଠିକଣା ନାହିଁ । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନେକ ଥର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳିନଥିବା ସୁଶୀଲା ରାଉତ ତାଙ୍କ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏଇଠି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ଯେ  ଅସହାୟ,ଗରିବ , ବାସହୀନ,ପରିବାରକୁ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ମିଳିପାରୁ ନାହିଁ , ଅନ୍ୟପକ୍ଷେ ଅନେକ ଅଯୋଗ୍ୟ ହିତାଧୀକାରୀ ମାନେ ଆବାସ ଯୋଜନାରେ ଘର ହାତେଇ ଥିବାବେଳେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଉଛି । ଯାହା ଫଳରେ ଅସହାୟ, ଗରିବ, ବାସହୀନ, ପରିବାର ଭଙ୍ଗା ଦଦରା କୁଡିଆରେ ଭାଗ୍ୟ କୁ ଆଦରି ଜୀବନ ବିତାଉଛନ୍ତି । ଅନ୍ୟ ପଟେ ପ୍ରଶାସନ କୁ ତୁରନ୍ତ  ଆବାସ ଯୋଜନାରେ ସୁଶୀଳା ରାଉତ ଙ୍କୁ ସାମିଲ କରି ପକ୍କାଘର  ଖଣ୍ଡିଏ ଯୋଗେଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଖବର ପ୍ରସାରଣ ହେବା ପରେ ପ୍ରସାଶନ କେତେ ମାତ୍ରାରେ ତପ୍ତରତା ଦେଇ ସୁଶୀଲା ରାଉତ ଙ୍କୁ ଆବାସ ଯୋଜନାରେ ସାମିଲ କରି ସୁଶୀଲା ରାଉତ ଙ୍କ ଭଙ୍ଗା ଦଦରା କୁଡିଆ କୁ ପକ୍କାଘର ରେ ପରିଣତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଓଡିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *