ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ ଅବସରରେ ବଳରାମପୁର ବିଦ୍ୟାପୀଠ ପରିସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ର କାର୍ୟ୍ୟକର୍ତ୍ତା ଶିକ୍ଷାବିତ ବିଷ୍ଣୁଚରଣ ମିଶ୍ର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ମୁଖ୍ୟଅତିଥି ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାଗବତ ପରିଡା ସ୍ବର୍ଗତ ରବୀନ୍ଦ୍ର ସ୍ୱାଇଁ ଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକ ପାତ କରି ଜଣେ କର୍ତ୍ତବ୍ୟ ନିଷ୍ଠ ଶିକ୍ଷକ ଭାବେ ଲୋକ ପ୍ରିୟତା ଅର୍ଜନ କରିଥିଲେ ବୋଲି କହିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସେଠୀ, ପୁରାତନ ଛାତ୍ର ରଶ୍ମି କାନ୍ତ ସ୍ୱାଇଁ, ଉଲ୍ଲାସ ଚନ୍ଦ୍ର ରାଉତ, ସାମ୍ବାଦିକ ଅଭୟ ଜେନା, ଅଧ୍ୟାପକ ଧରଣୀଧର ଜେନା, ସାମ୍ବାଦିକ ଅକ୍ଷୟ ଦାଶ,
ପୁରାତନ ଛାତ୍ର ତଥା ପ୍ରାକ୍ତନ ସରପଞ୍ଚ କୈଳାଶ ଚନ୍ଦ୍ର ବେହେରା, ମୋହନ କୁମାର ବେହେରା ପ୍ରଶାନ୍ତ ମିଶ୍ର ,ରାଇବାରୀ ଓରାମ, ରଶ୍ମି ରେଖା ପାତ୍ର, ଭବେନ୍ଦ୍ର ନାଥ ସାହୁ, ବିଜୟ ଲକ୍ଷ୍ମୀ ପୁହାଣ, ହରହର ବାରିକ, ହେମନ୍ତ ରାଉତ,ଶାନ୍ତିଲତା ଖଟୁଆ,ଜ୍ୟୋସ୍ନାମୟୀ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସମାଚାର