Monday , February 6 2023
Breaking News
Home / ଶିକ୍ଷା / ସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ ଶିକ୍ଷା ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ ଶିକ୍ଷା ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ରଘୁନାଥପୁର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଠାରେ ଥିବା ସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ ଶିକ୍ଷା ମହାବିଦ୍ୟାଳୟରେ ପ୍ରାକ୍ତନ ଅଧ୍ୟକ୍ଷ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସହିତ ନୂତନ ଅଧ୍ୟକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନ ଜ୍ଞାପନ କରାଯାଇଛି । ଯୁକ୍ତ ୨ କଲେଜର ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥନୀୟ ସରପଂଚ ମନୋଜିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସାହିତ୍ୟିକ ଡ଼ ସୁଧାକର ଦାସ ମୁଖ୍ୟ ବକ୍ତା , ସମ୍ମାନୀତ ଅତିଥି ଭାବେ ସମାଜ ବିକାଶ ମିଶନ ସଭାପତି ସରିତ ମହାପାତ୍ର , ଅମ୍ବିକା ପ୍ରସାଦ ଦାସ ଯୋଗଦେଇ ବିଦାୟୀ ଅଧ୍ୟକ୍ଷ ଦିଲିପ କୁମାର ମହାନ୍ତି ଙ୍କ କାର୍ଯ୍ୟକାଳ ମଧ୍ୟରେ କଲେଜର ବିଭିନ୍ନ ଉନ୍ନତି କରିବା ସହିତ ଶିକ୍ଷା ଦାନ କ୍ଷେତ୍ରରେ ସେ ପିଲାମାନଙ୍କର ଅତି ପ୍ରିୟ ଥିବା ପ୍ରକାଶ କରିଥିଲେ । ଅବସର ପରେ ତାଙ୍କର ନୂତନ ଜୀବନ ସୁଖମୟ ହେଉ ବୋଲି ସେମାନେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ତାହା ସହିତ ନୂତନ ଅଧ୍ୟକ୍ଷ ଦୟାନିଥି ରାଉତ ମଧ୍ୟ ଆଗାମି ଦିନରେ କଲେଜର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ପିଲାମାନଙ୍କୁ ଶିକ୍ଷା ମାଧ୍ୟମରେ ନୂତନ ଆଶାର ସଂଚାର କରିବେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଏଥିରେ ଉଭୟ ଅଧ୍ୟକ୍ଷ ଙ୍କୁ ପୁଷ୍ପ ଗୁଛ , ଉତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ, ଅଭୟ ମହାରଣା, ସାସ୍ୱତ ମହାନ୍ତି, ଡ଼ କୁମୁଦିନୀ ଦ୍ୱିବେଦୀ, ପୁଷ୍ପଲତା ଦାସ, ଦୀପ୍ତିର୍ମୀ ଜେନାଳ କମଳ ଆଚାର୍ଯ୍ୟ, ରବିନ୍ଦ୍ର ଓଝା, ଭଗବାନ ଦାସ ଙ୍କ ସମେତ କଲେଜର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ଅଧ୍ୟାପକ ସୁମନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.