Tuesday , October 3 2023
Breaking News
Home / ବିଶେଷ / ସମାଜରୁ କୁ ସଂସ୍କାର ଓ ଅସୂୟା ଭାବ ଦୂର କରି ଉନ୍ନତ ସମାଜ ଗଠନ ଦିଗରେ ଦିଗଦର୍ଶନ ଦେବା ଉଦେଶ୍ୟରେ ସମ୍ମିଳନୀ ୧୯ ରେ

ସମାଜରୁ କୁ ସଂସ୍କାର ଓ ଅସୂୟା ଭାବ ଦୂର କରି ଉନ୍ନତ ସମାଜ ଗଠନ ଦିଗରେ ଦିଗଦର୍ଶନ ଦେବା ଉଦେଶ୍ୟରେ ସମ୍ମିଳନୀ ୧୯ ରେ

ଗରଦପୁର,୧୭/୦୫/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ତେଣ୍ଡାକୁଡ଼ା ଗୋଲାଡ଼େନ୍ ଷ୍ଟାର କ୍ଲବ ସମ୍ମୁଖ ପଡ଼ିଆରେ ସତ୍ୟ, ପ୍ରେମ , ଶାନ୍ତି ଏବଂ ଅହିଂସାର ପ୍ରତିକ ଇସଲାମ ଧର୍ମର ମୌଳିକ ତତ୍ୱ ତଥା ମୂଳମନ୍ତ୍ର କୁ ଆଧାର କରି ସମାଜରୁ କୁ ସଂସ୍କାର ଓ ଅସୂୟା ଭାବକୁ ଦୂର କରି ଉନ୍ନତ ସମାଜ ଗଠନ ଦିଗରେ ଦିଗଦର୍ଶନ ଦେବା ଉଦେଶ୍ୟରେ ଆସନ୍ତା ୧୯ ତାରିଖ ଗୁରୁବାର ସନ୍ଧ୍ୟା ୬ ଟାରୁ ସକାଳ ପର୍ଯ୍ୟନ୍ତ ଏକ ଧର୍ମ ସମ୍ମିଳନୀ ଓ ଆଲୋଚନା ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ପଦ୍ମଶ୍ରୀ ବାବା ବଳିଆ , ମୁଖ୍ୟ ବକ୍ତା ଭାବେ ହଜରତ ମୌଲାନା ମୁଫତି ମହମ୍ମଦ ରାସିଦ ସାହାବ କାସମି ଓ ହଜରତ୍ ମୌଲାନା ମହମ୍ମଦ ସାହ ଆଲାମ ସହାବ କାସମି ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଦ୍ୱାନ, ପଣ୍ଡିତ ଓ ବୁଦ୍ଧିଜିବୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *