ଗରଦପୁର,୧୮/୦୫/୨୦୨୨( ଓଡ଼ିଶା ସମାଚାର )-ପରିବାର ତିର୍ଥ ଶିଶୁ ଅନନ୍ତ ଙ୍କ ପିଠ ସ୍ଥଳିରେ ୫୩ ତମ ବାର୍ଷିକ ଚତୁର୍ଦଶି ମେଳା ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇ ଯାଇଛି । ପଦ୍ମଶ୍ରୀ ବାବା ବଳିଆ ଙ୍କ ମାର୍ଗ ଦର୍ଶନରେ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଏହି ମେଳା ମହୋତ୍ସବ ଗତକାଲି ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଓ ହରିହାଟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରେ ଉଦଯାପିତ ହୋଇଛି ।
ଉଦଯାପନୀ ଦିବସରେ ଶ୍ରଦ୍ଧାଳୁ ମାନଙ୍କୁ ସମ୍ବୋଧିତ କରି ବାବା ବଳିଆ କହିଲେ ଯେ ଭାରତ ସାଧୁସନ୍ଥ ତଥା ଶାସ୍ତ୍ର ଓ ତୀର୍ଥର ଦେଶ । ବିଶ୍ୱର ପ୍ରତିଟି ମଣିଷକୁ ଶାନ୍ତି ଓ ସଂହତି ର ବାର୍ତା ସବୁ ସମୟରେ ଭାରତ ପ୍ରଦାନ କରି ଆସିଛି । ଏହି ମେଳାରେ ପୃଥିବୀ ଯୁଦ୍ଧ ବିମୁକ୍ତ ହେଉ ଓ ଧ୍ୱଶାସ୍ତ୍ର ବିମୁକ୍ତ ହେଉ ବୋଲି ସ୍ୱତନ୍ତ୍ର ଭାବେ ପ୍ରାର୍ଥନା ଓ ଯଜ୍ଞ କରାଯାଇଥିଲା । ଆଜିର ଶିକ୍ଷିତ ସମାଜ ଅନ୍ଧ ବିଶ୍ୱାସ ଓ କୁ ସଂସ୍କାରରୁ ଦୂରେଇ ରୁହନ୍ତୁ । ପତିହରା ବିଧବା ମା ଆଦୌ ଅଶୁଭ ନୁହନ୍ତି । ପ୍ରତିଟି କାର୍ଯ୍ୟରେ ସେମାନଙ୍କ ଉପସ୍ଥିତିକୁ ସାମାଜିତକ ସ୍ୱିକୃତି ମିଳୁ । ଏଥିପାଇଁ ସମାଜର ପ୍ରତିଟି ସ୍ତରରେ ପ୍ରଚେଷ୍ଟା ହେବା ଆବଶ୍ୟକ । ଏହାସହ ଯୁବ ସମାଜ ନିଶା ମାଦକ ସେବନ ରୁ ଦୂରେି ରୁହନ୍ତୁ । ଏହା ସମାଜ ପାଇଁ ଅତ୍ୟନ୍ତ ହାନି କାରକ । ମେଳାର ବିଭିନ୍ନ ଦିବସରେ ଗଣତନ୍ତ୍ର ଜ୍ଞାନ ଯଜ୍ଞ , ବିଶ୍ୱଶାନ୍ତି ପାଇଁ ସମୂହ ପ୍ରାର୍ଥନା, ଆଧ୍ୟାତ୍ମିକ ସତସଙ୍ଗ, ମାଗଣା ସ୍ୱାସ୍ଥ୍ୟ ସେବା, ରକ୍ତ ଦାନ ଶିବିର, ଶ୍ରୀ ଜୀଉ ମାନଙ୍କର ଚନ୍ଦନ ଚାପ, ନାମ ଯଜ୍ଞ ଓ ଘୃତାହୂତୀ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଆଶ୍ରମର ଡ଼ ସ୍ୱାମୀ ଚିଦାନନ୍ଦ, ବାବାଜୀ ଶ୍ରୀଦାସ ଦାସ , ବିମ୍ବାଧର ଦାସ, ପ୍ରାମଦ ଖୁଂଟିଆ, ପ୍ରକାଶ ଦାସ ପ୍ରମୁଖ କାର୍ଯ୍ୟ ସଂଚାଳନ କରିଥିଲେ । ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଆଦିସ ଅଂଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ମାନଙ୍କର ସମାବେଶ ହୋଇଥିଲା । ଓଡ଼ିଶା ସମାଚାର