ରଘୁନାଥପୁର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )-ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ଲିଭ ଆଣ୍ଡ ଲେଟ ଲିଭ୍ (ଲାଲ) ଅନୁଷ୍ଠାନ ଆନୁକୂଲ୍ୟରେ ଏସଏଫଏସି ଦ୍ୱାରା ପରିଚାଳିତ ୧୨ ଟି କୃଷକ ଉତ୍ପାଦକ କମ୍ପାନୀ ଓ ସମନୀତି ସଂଗଠନର କାର୍ଯ୍ୟକର୍ତା ମାନଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଲାଲ ର କାର୍ଯ୍ୟ କର୍ତା ସୁରେଶ ଚନ୍ଦ୍ର ରାଉତ ଙ୍କ ସଭାପତିତ୍ୱରେ ପୁରୀ ଜିଲାର ଦୟା ରାଜୁଆ କୃଷକ ଉତ୍ପାଦକ ସଂଘ ,ରତ୍ନତିରା କୃଷକ ଉତ୍ପାଦକ ସଂଘ, ବକୁଳବନ ମହିଳା କୃଷକ ଉତ୍ପାଦକ ସଂଘ, ରଘୁନାଥପୁର ବେଣାଘର ମହିଳା କୃଷକ ଉତ୍ପାଦକ ସଂଘ, ବାଲିକୁଦା ମହିଳା ଉତ୍ପାଦକ କୃଷକ ସଂଘ , ସିଦ୍ଧ ଗୋରଖ କୃଷକ ଉତ୍ପାଦକ ସଂଘ , ଜଗତସିଂହପୁର ଜଟାଧାର ମହାବୀର କୃଷକ ଉତ୍ପାଦକ ସଂଘ , କେନ୍ଦ୍ରାପଡ଼ା ଜିଲାର ଗରଦପୁର ଆଗ୍ରୋଫ୍ରେସ କୃଷକ ଉତ୍ପାଦକ ସଂଘ, ସିଦ୍ଧ ବଟ କୃଷକ ଉତ୍ପାଦକ ସଂଘ, ତଳସୀ କ୍ଷେତ୍ର କୃଷକ ଉତ୍ପାଦକ ସଂଘ, କେରେଡ଼ା କଳଦୀପ କୃଷକ ଉତ୍ପାଦକ ସଂଘ , ଭଦ୍ରକ ଜିଲାର ହଳଦିଗଣ୍ଡ କୃଷକ ଉତ୍ପାଦକ ସଂଘ ଅନ୍ୟୁନ ପ୍ରତ୍ୟେକ କମ୍ପାନୀରୁ ୩ ଜଣ ଲେଖା ବୋର୍ଡ଼ ମ୍ବେର ଏହି ସଭାରେ ଉପସ୍ଥିତ ଥିଲେ । ସମୁନତି ନାମକ ଅର୍ଥ ସାହାଯ୍ୟକାରୀ ଅନୁଷ୍ଠାନ ସୁଲତାନ ମହମ୍ମଦଓ ସୌମ୍ୟା ମହାପାତ୍ର ଯୋଗ ଦେଇଥିଲେ । ଲାଲ ଅନୁଷ୍ଠାନର ସମ୍ପାଦକ କ୍ଷେତ୍ରମୋହନ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରଂଜନ କୁମାର ରାଉତ ସଭାର ଆଭିମୁଖ୍ୟ ଉପରେ ବକ୍ତବ୍ୟ ଦେଇଥିଲେ । ପ୍ରତ୍ୟେକ କୃଷକ ଉତ୍ପାଦକ ସଂଘ ଅଂଶଧନକାରୀଙ୍କର ସଂଖ୍ୟା ୩୦୦ ଥିବା ଘୋଷଣା କରିଥିଳେ ସୌମ୍ୟା ମହାପାତ୍ର ଏହି ସଂଗଠନ କିପରି ଋଣ ନେଇ ଆସନ୍ତା ଖରିଫ ଋତୁରେ ଅଂଶଧନକାରୀଙ୍କୁ ସେବା ଯୋଗାଇ ଦେବେ ସେ ବିଷୟରେ ମତ ରଖିଥିଳେ । ଚଳିତ ବର୍ଷ ମାର୍କଫେଡ଼ ଜଗତସିଂହପୁର ମୁଗ ମଣ୍ଡିରେ ତିନୋଟି ଏଫପିଓ କେନ୍ଦ୍ରାପଡ଼ାରେ ତିନୋଟି ଏଫପିଓ ଭାଗ ନେଇଥିବା ପ୍ରକାଶ କରିଥିଲେ । ରବିନାରାୟଣ ପାଣି , ଶ୍ରୀକାନ୍ତ କୁମାର ନାୟକ, ବାଣି ଭୁଷଣ ନାୟକ, ଜଗନ୍ନାଥ ଦାସ, ଶାନ୍ତିଲତା ଦ୍ୱିବେଦୀ , ସୁଶାନ୍ତ ମିଶ୍ର, କାଦମ୍ବିନୀ ବେହେରା, କୃଷ୍ଣପ୍ରିୟା ବିଶ୍ୱାଳ . ଅମରେଶ୍ୱର ମୁଦୁଲି ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ । ଅବନୀ ବେହେରା , କୃଷ୍ଣ ଚନ୍ଦ୍ର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସେଠୀ, ଅଶୋକ ବାରିକ ପରିଚାଳନାରେ ସହଯୋଗ କରିଥିବାବେଳେ ସୁଧିରଂଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର