Wednesday , July 6 2022
Breaking News
Home / କୃଷି / ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳ ଜଳସେଚନ ପ୍ରକଳ୍ପ ଉଦଘାଟିତ

ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳ ଜଳସେଚନ ପ୍ରକଳ୍ପ ଉଦଘାଟିତ

୧୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ୬ ହଜାର ହେକ୍ଟର ଚାଷ ଜମିକୁ ପାଣି ମିଳିବ
ପାଟକୁରା, ୧୮/୦୫/୨୦୨୨( ଓଡ଼ିଶା ସମାଚାର )-ଆଜି ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳ ଜଳସେଚନ ପ୍ରକଳ୍ପ ଗରଦପୁର ବ୍ଲକ୍ ଅଧିନ କଳାବୁଦା ଠାରେ ଉଦଘାଟିତ ହୋଇ ଯାଇଛି । ମାନ୍ୟବର ମନ୍ତ୍ରୀ ଜଳ ସମ୍ପଦ , ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଏହାକୁ ଉଦଘାଟନ କରିଥିଲେ । ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା , ଜଳ ସମ୍ପଦ ବିଭାଗ ସର୍ବୋଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ,କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ୩ ଟି ଜିଲାର ତିର୍ତୋଲ,ନିଶ୍ଚିନ୍ତକୋଇଲି, ଗରଦପୁର ଓ ମାର୍ଶାଘାଇ ବ୍ଲକ୍ ର ୪ ଗୋଟି ବ୍ଲକ୍ ର ୪୧ ଗୋଟି ଗ୍ରାମରେ ଥିବା ଦ୍ୱୀପାଂଚଳର ୬୪୦୪ ହେକ୍ଟର ଚାଷ ଜମି ଜଳସେଚନର ସୁବିଧା ପାଇ ପାରିବେ ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଥିଲେ । ଏହାଦ୍ୱାରା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବଢ଼ିବ ବୋଲି କହିଥିଲେ । ଜିଲାପାଳ ଅମି୍ରତ ଋତୁରାଜ କହିଲେ କି ଚାଷୀମାନେ ଏଣିକି କେବଳ ଧାନ ଚାଷ ଉପରେ ନିର୍ଭର ନକରି ଅଧିକ ଲାଭ ଦାୟକ ଅଣଧାନ ଚାଷ ଉପରେ ମଧ୍ୟ ନଜର ଦେବେ । ଏହା ଦ୍ୱାରା ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି କହିଥିଲେ । ଏହି ପ୍ରକଳ୍ପରେ ୧୨୦ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ସର୍ବୋଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ସୂଚନା ଦେଇଥିଲେ । କେନ୍ଦ୍ରାପଡ଼ା ଜିଲାପାଳଙ୍କ ସହଯୋଗ ପାଇଁ ପ୍ରକଳ୍ପଟି ଶୀଘ୍ର ସମ୍ପୂର୍ଣ୍ଣ ହୋଇପାରିଲା ବୋଲି କହିଥିଲେ । ଓ ଏଥିରେ ବିଭାଗୀୟ ଅଧିକାରୀ ମାନଙ୍କର ସହଯୋଗ ରହିଛି ବୋଲି କହିଥିଲେ । ମହାନଦୀ କାଠଯୋଡ଼ି ର ମୁଖ୍ୟଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ଡ଼୍ରେନେଜର ମୁଖ୍ୟଯନ୍ତ୍ରୀ ବାଲେଶ୍ୱରନାଥ ସାହୁ , ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ , ଡ଼୍ରେନେଜ ର ନିର୍ବାହୀ ଯନ୍ତ୍ରୀ ଉମେଶ ସେଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କୁ ଗାଳି ଗୁଲଜ , ପାଟକୁରା ଥାନାରେ ମାମଲା

ମାର୍ଶାଘାଇ , ୦୫/୦୭/୨୦୨୨(ଓଡ଼ିଶା ସମାଚାର)- ମାର୍ଶାଘାଇ ତହସିଲ ଅନ୍ତର୍ଗତ କରିଲୋପାଟଣା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ୨୭ ତାରିଖରେ ଏକ …

Leave a Reply

Your email address will not be published. Required fields are marked *