ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ ଭଗବତ ଆଲୋଚନା, ଭାଗବତ ପାଠ ଆଦି ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ମନବସମାଜ ଭଗବତ ଚିନ୍ତାଧାରା ତଥା ଆଧ୍ୟାତ୍ମିକ ଭାବାବେଗ ଠାରୁ ଦୂରେଇ ଯାଉଛନ୍ତି ।
ଏହାଦ୍ୱାରା ସାଧାରଣ ଲୋକେ ସମାଜରେ ଦିଗଭ୍ରଷ୍ଟ ହେଉଛନ୍ତି । ଏଣୁ ଉଚିତ ମାର୍ଗ ଦର୍ଶନ ନିମନ୍ତେ ଗ୍ରାମାଞ୍ଚଳରେ ଗଢ଼ିଉଠିଥିବା ଭାଗବତ ଟୁଙ୍ଗି, ପଥ ପ୍ରଦର୍ଶନ କରବ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମତପୋଷଣ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଭଜନ ଗ୍ରୁପ ଦ୍ୱାରା ଭଜନ ପରିବେଷଣ କାରାଯାଇ ଥିଲା । ଓଡ଼ିଶା ସମାଚାର