ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଆସୁଛନ୍ତି। ବୁଧବାର ଦିନ ସକାଳ ୮ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଉଦ୍ୟମରେ ବିଭିନ୍ନ ସ୍ତରରେ ଶପଥ ପାଠର ଆୟୋଜିତ ହୋଇଥିଲା। ପଞ୍ଚାୟତ ଏବଂ ଗ୍ରାମ ସ୍ତରରେ ଅଙ୍ଗନୱାଡ଼ିକର୍ମୀ, କିଶୋର ବାଳକ ବାଳିକା, ଛାତ୍ର ଛାତ୍ରୀ, ଶିକ୍ଷକ ଏବଂ ଏସଏଚଜି କର୍ମୀ ମାନେ ନିଜନିଜ ସ୍ତରରେ ଏହି ସଚେତନତା ଧର୍ମୀ ଶପଥପାଠ କରିଥିଲେ। ଜିଲ୍ଲାର ୧୫ ଟି ଆଇ ସି ଡ଼ି ଏସ୍ ପ୍ରଜେକ୍ଟ ରୁ ୪୧୬୭ ଟି ଅଙ୍ଗନୱାଡ଼ି ରେ ୮ହଜାର କିଶୋର କିଶୋରୀ
ବାଲ୍ୟ ବିବାହ ନକରିବା ଦିଗରେ ଶପଥ ନେଇଛନ୍ତି। ୩୦ ହଜାର ଏସଚଜି ସଂଗଠନର ପାଖା ପାଖି ୩ ଲକ୍ଷ୍ୟ କର୍ମୀମାନେ ମଧ୍ୟ ନିଜ ନିଜ ଅଞ୍ଚଳରେ ସାମିଲ ହୋଇ ବାଲ୍ୟ ବିବାହ ନକରିବା ଏବଂ ଶିଶୁ ମାନଙ୍କର ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଛନ୍ତି। ଶିଶୁ ମାନଙ୍କ ପ୍ରତି ନିର୍ୟାତନା ରୋକିବା, ୧୮ ବର୍ଷ ପୂର୍ବରୁ ଝିଅ ଏବଂ ୨୧ ପୂର୍ବରୁ ପୁଅକୁ ବିବାହ ଦେବା ନାହିଁ ଏବଂ କୌଣସି ବାହାଘରର ସୂଚନା ପାଇଲେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିଗୋଚରକୁ ଆଣିବା ଭଳି ବାର୍ତ୍ତା ସହ ଜିଲ୍ଲାରେ ଶପଥ ପାଠ ହେଇଥିଲା। ଓଡ଼ିଶା ସମାଚାର