କଳାହାଣ୍ଡି,୧୮/୦୫/୨୨ (ଓଡିଶା ସମାଚାର /ସଂଜୟ ସିଂହ)-ଲୋକେ କୁହନ୍ତି ଯାହାର ମାଆ ନାହିଁ ତାର ସାହା ନାହିଁ,ଯାହାର ବାପା ନାହିଁ ତାର ଠିକଣା ନାହିଁ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଞ୍ଚାୟତ ବାରିକ ପଡା ଗାଁର ଜଣେ ବାପା ମାଆ ଛେଉଣ୍ଡ ଝିଅ ‘ ବିନତି ’ ବୟସ ୧୬ବର୍ଷ। ଅଭିଶପ୍ତ ଭାବେ ଏକା ଏକା ପଡିରହିଛି ନିଜ ଫଟା ଦଦରା କୁଡ଼ିଆ ରେ । ଆହା କରିବା କୁ କେହି ନାହିଁ ।ଘର ଚାରି କାନ୍ଥ ଭିତରେ ମାଆ ବାପା ଙ୍କୁ ଝୁରି ମନେ ପକେଇ ଲୁହ ଗଡେଇବା ବ୍ୟତୀତ ତା ପାଖରେ ଆଉ କିଛି ନାହିଁ। ଦିନ ଥିଲା ମାଆ ର ପଣତ କାନିରେ ଲୁଚି କେତେ ସ୍ଵପ୍ନ ଦେଖିଥିଲା। ହେଲେ ସେହି ମାଆ ର ହତ୍ୟା ନିଜ ଆଖି ସାମ୍ନା ରେ ହୋଇ ଥିବା ଦୃଶ୍ୟ ଆଜି ଯାଏ ତା ହୃଦୟରୁ ଲିଭି ପାରୁନି। ଏପରି କି କିଛିଦିନ ପରେ ବାପାର ମୃତ୍ୟୁ ଅତି ନିକଟରୁ ଦେଖି ପାରିଛି ଓ କାନ୍ଧ ଦେଇଛି। ଦଇବ ମାଆ ବାପା କୁ ନେଲା , ତା ସହିତ ସବୁ ହସ ଖୁସି କୁ ଏକା ଥରକେ ଛଡେଇ ନେଲା। ନିର୍ବିକ୍ଷ ପାଲଟି ଗଲେ ତିନି ଭାଇ ଭଉଣୀ,ଚୁପ୍ ନିଃଶବ୍ଦ ହୋଇଗଲା ସଂସାର , ସେତେବେଳେ ବାପା ମାଆ ଛେଉଣ୍ଡ ବଡ଼ ଭଉଣୀ ସୁନିତା ବାରିକ ଭଉଣୀ ବିନତୀ ଓ ଭାଇ ତୁଷାର କୁ ନିଜ ପାଖରେ ରଖି ପର ଘରେ ମୂଲ ଲାଗି ପ୍ରତିପୋଷଣ କରୁଥିଲେ। ହେଲେ ବଡ଼ ଭଉଣୀ ସୁନିତା ହାତ କୁ ଦ୍ଵି ହାତ ହେବାପରେ ବିନତି ଉପରେ ଭାଇ ତୁଷାର ର ବୋଝ ଲଦି ହୋଇଗଲା। ତାର ପ୍ରତିପୋଷଣ ପଢା ଦେହପା,ଦାୟିତ୍ବ ବିନତି ମୁଣ୍ଡରେ। ଯେଉଁ ବୟସ ରେ ଡେଇଁ ଖେଳ କୁଦ କରିବା ସମୟ, ସେହି ସମୟରେ ପରିବାର ପୋଷଣ ଚିନ୍ତା ମୁଣ୍ଡରେ ଲଦି ହୋଇଗଲା। ତେବେ ଏହି ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରସାରଣ ହେବା ଫଳରେ କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ତୁଷାର କୁ ଏକ ଅନାଥ ଆଶ୍ରମ ରେ ଥଇଥାନ ବ୍ୟବସ୍ଥା କରିଦେଲେ। ଏବେ ବିନତି ଏକା କୁଡ଼ିଆ ଭିତରେ ପଡି ରହିଛି। କେବଳ ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ ପଞ୍ଚାୟତ ମାଧ୍ୟମରେ ମିଳୁଛି। ବାପା ମାଆ ଛେଉଣ୍ଡ ପିଲା ଙ୍କ ପାଇଁ ଅନେକ ସରକାରୀ ଯୋଜନା ବ୍ୟବସ୍ଥା ଥିଲେ ମଧ୍ୟ ବିନତି ପାଖରେ ଚାଉଳ ବ୍ୟତୀତ ଅନ୍ୟ କୌଣସି ବ୍ୟବସ୍ଥା ପହଞ୍ଚି ପାରୁନାହିଁ,ଯାହା ସରକାର ଙ୍କ ଯୋଜନା ପ୍ରତି ପ୍ରଶ୍ନ ଉଠିଛି–?ତୁରନ୍ତ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ବୁଦ୍ଧି ଜୀବୀ ମହଲରେ ଦାବି ହେଉଛି।ଓଡିଶା ସମାଚାର