Friday , March 31 2023
Home / ବିଶେଷ / ଜିଲାର ଠିକା ବିଦ୍ୟୁତ ଶ୍ରମିକ ସଂଘ ରୁ ଧାରଣା

ଜିଲାର ଠିକା ବିଦ୍ୟୁତ ଶ୍ରମିକ ସଂଘ ରୁ ଧାରଣା

କେନ୍ଦ୍ରାପଡ଼ା ୧୮/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡ଼ା ଜିଲାର ଠିକା ବିଦ୍ୟୁତ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ମାର୍ଶାଘାଇ ବିଦ୍ୟୁତ ସବଡ଼ିଭିଜନ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ସମାନ କାମକୁ ସମାନ ଦରମା, ସ୍ଥାୟୀ ନିଯୁକ୍ତି ଆଦି ଦାବି କରି ଏହି ଧାରଣା ଦିଆଯାଇଛି । ସମାନ କାମକୁ ସମାନ ଦରମା, ଶ୍ରମିକ ମାରଣ ନୀତି ଚଳିବ ନାହିଁ, ଆମର ଦାବି ନ୍ୟାଯ୍ୟ ଦାବି, ଟାଟା କର୍ତୃପକ୍ଷ ମାନିନିଅ, ସ୍ଥାୟୀ ନିଯୁକ୍ତି ଆମର ଦାବି, ଶ୍ରମିକ ଏକତା ଜିନ୍ଦା ବାଦ ଆଦି ଶ୍ଲୋଗାନ ଦେଇ ଜିଲାର ଠିକା ବିଦ୍ୟୁତ ଶ୍ରମିକ ମାନେ ଧାରଣା ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.