କଟକ ସଦର, ୧୮/୦୫/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଗତ ବର୍ଷ କୋଭିଡ କଟକଣା ଯୋଗୁ କେଵଳ ସେଵାୟତ ମାନଙ୍କୁ ମନ୍ଦିର ପ୍ରବେଶ କରାଯାଉଥିବା ବେଳେ ଯୁଵ ନାଗା ସାଧୁ ବୈଷ୍ଣବ ପୁରୀ ମନ୍ଦିର ଭିତରକୁ ଯୋର ଜବରଦସ୍ତ ଧସେଇ ପଶି ପୋଲିସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିବା ଚର୍ଚ୍ଚା ଯୋର ଧରିଥିଲା।ଏହି ଭଳି ଉନ୍ନତ କାଣ୍ଡ କରି ଅନେକ ଵାର ଗିରଫ ହୋଇ ଜେଲ ଯାଇଥିବା ବେଳେ ଆଜି ଏହିଭଳି କାଣ୍ଡ ଭିଆଇ କିଶନନଗର ପୋଲିସ ଦ୍ବାରା ୭୭/୨୦୨୨ ମାମଲାରେ ଗିରଫ ହୋଇ ଆଜି ବୁଧବାର ଜେଲ ଯିଵା ଚର୍ଚ୍ଚାର ଵିଷୟ ହୋଇଛି।ପ୍ରକାଶ ଯେ ନାଗା ଵାଵା ବୈଷ୍ଣବ ପୁରୀ ଦୁଇ ଦିନ ତଳେ କିଶନନଗର ଅଞ୍ଚଳକୁ ଗହଣଦଳର ଏକ କାର୍ୟ୍ୟକ୍ରମରେ ଯୋଗ ଦେଵାକୁ ଆସିଥିଲେ। ଏଠାରେ ରହଣୀ ସମୟରେ ତାଙ୍କର ହାବଭାବ ଠିକ୍ ନଥିଵା ଜଣାପଡ଼ୁଥିଲା ଵେଳେ ଆଜି ଜନୈକ ଵାଵାଙ୍କୁ ମାରଧର କରିଵା ଏବଂ ଏଥିରୁ ନିବୃତ୍ତ କରିଵାକୁ ଉଦ୍ୟମ କରୁଥିବା ଜଣେ ଭଦ୍ରବ୍ୟକ୍ତିଙ୍କୁ କୋଦାଳରେ ହାଣିଦେଵା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍ ପହଞ୍ଚି ତାଙ୍କୁ ସେଠାରୁ ଥାନାକୁ ନେଇଯାଇଥିବା ବେଳେ ସେଠାରେ ମଧ୍ୟ ତାଙ୍କର ଉନ୍ନତ କାର୍ୟ୍ୟ ଅତିଶୟ ହୋଇଥିଲା। ଏଥିପାଇଁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ଵାଵାଙ୍କ ସଂକ୍ଷିପ୍ତ ପରିଚୟ
ଜଣେ ଉଚ୍ଚ ଶିକ୍ଷିତ ତଥା ପୂର୍ବତନ ଛାତ୍ର ନେତା ବ୍ରହ୍ମପୁର ଅଞ୍ଚଳର ଟି ତୁମ୍ଵନାଥ ସୁବୁଦ୍ଧି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଵହୁଵାର ଜେଲ ଯାଇଥିବା ଜଣାପଡିଛି। ଏଥିପାଇଁ ଘର ସଂସାର କୁ ତୁଛ କରି ସନ୍ୟାସୀ ଜୀଵନକୁ ଆପଣାଇ ଦକ୍ଷ ନାଗାସାଧୁ ହେଵା ଲକ୍ଷରେ ପୁରୀ ଲଙ୍ଗୁଳୀ ମଠରେ ଵାଵା ବୈଷ୍ଣବ ପୁରୀ ନାମରେ ଅଵସ୍ଥାନ କରୁଛନ୍ତି।
Home / ବିଶେଷ / ଏକାଧିକ ଥର ଗିରଫ ହୋଇ ଚର୍ଚ୍ଚାକୁ ଆସିଥିବା ଟି ତୁମ୍ଵନାଥ ସୁବୁଦ୍ଧି ଓରଫ ନାଗା ଵାଵା ବୈଷ୍ଣବ ପୁରୀ ପୁଣି କିଶନନଗରରେ ଗିରଫ