କଳାହାଣ୍ଡି, ୧୭/୦୫/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା କଲମପୁର ଥିଆମୂଳ ରାମପୁର ସୀଙ୍ଗାରି ଘାଟିରେ ଭାର ସାମ୍ୟ ହାରାଇ ଓଲଟିଲା ଓ ଡି ୦୮ କିଉ ୮୩୬୪ ପିକ୍ ଅପ୍ ଭ୍ୟାନ । ଦୁଇ ମୃତ ନଅ ଗୁରୁତର ଆହତ । ଦୁଇ ମୃତକ ଙ୍କ ପରିଚୟ ମିଳି ନ ଥିବା ବେଳେ ୯ ଗୁରୁତର ଙ୍କୁ କଲମପୁର ମେଡିକାଲ ରେ ଭର୍ତି କରାଯାଇଛି । ଥୁଆମୂଳ ରାମ ପୁର ସିନ୍ଧି ପଦର ପଞ୍ଚାୟତ ରୁ ପିଡିଏସ ଚାଉଳ ଆଣି ପିକ୍ ଅପ୍ ଭ୍ୟାନ ଟି ଫେରୁଥିବା ବେଳେ କଲମପୁର ସୀଙ୍ଗାରି ଘାଟି ରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଗୁରୁତର ଆହତଙ୍କ ମଧ୍ୟରେ ୨ ଜଣ ପୁରୁଷ ୭ ଜଣ ମହିଳା ବୋଲି ଜଣା ପଡ଼ିଛି । ସମସ୍ତେ ବାର୍ଶିକୋନା ଗାଁ ର । ଘଟଣା ସ୍ଥଳରେ ଅଗ୍ନିାମ ବାହିନୀପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଓଡିଶାସମାଚାର
