Friday , July 1 2022
Breaking News
Home / ବିଶେଷ / ବେଣାଜୋରୀ ବଟ ମହାପୁରୁଷ ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ସମାପିତ

ବେଣାଜୋରୀ ବଟ ମହାପୁରୁଷ ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ସମାପିତ

କେନ୍ଦ୍ରାପଡ଼ା,୧୭/୦୫/୨୦୨୨(ଓଡ଼ିଶା ସମାଚାର)-ମାଳିକା ବର୍ଣ୍ଣିତ ଶ୍ରୀ ଶ୍ରୀ ବେଣାଜୋରୀ ବଟ ମହାପୁରୁଷ ପରିସରରେ ସପ୍ତଦଶତମ ଅଖଣ୍ଡ ବିଶ୍ୱଶାନ୍ତି ମହାଯଜ୍ଞ ବୈଦିକ ରିତୀନୀତି ଅନୁଯାଇ ମହାଆଡମ୍ବରରେ ସମାପିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ଧରି ଏହି କାର୍ଯ୍ୟକ୍ରମରେ ଭକ୍ତ ଓ ଭଗବାନଙ୍କ ମିଳନ ସମ୍ଭବ ହୋଇପାରିନଥିଲା । ଚଳିତ ଯଜ୍ଞରେ ବଟ ମହାପୁରୁଷଙ୍କ ପରିସରରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଯୋଗଦାନ ଭକ୍ତି ଓ ଭାବନାର ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା । ଏଭଳି ସଂଖ୍ୟାରେ ଭକ୍ତଙ୍କ ଆଗମନ ବଟ ମହାପୁରୁଷଙ୍କ ପରିସରକୁ ଉତ୍ସବ ମୁଖର କରିଦେଇଥିଲା । ଏହି କାର୍ଯ୍ୟକ୍ରମକୁ ବେଣାଜୋରୀ ବଟ ସେବା ପରିଷଦର ସଭାପତି ରଞ୍ଜନ କୁମାର ମହାନ୍ତିଙ୍କ ସମେତ ସମ୍ପାଦକ ଓ କମର୍ତାମାନେ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ । ବଟବାବା କ୍ରୀକେଟ କ୍ଲବର ସମସ୍ତ ସଦସ୍ୟ ଆନନ୍ଦ ବଜାରରେ ଅନୁଷ୍ଠିତ ପ୍ରସାଦ ସେବନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *