Friday , March 31 2023
Home / ବିଶେଷ / ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ୟ୍ୟଙ୍କ ୯୦ତମ ଜୟନ୍ତୀ ପାଳିତ

ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ୟ୍ୟଙ୍କ ୯୦ତମ ଜୟନ୍ତୀ ପାଳିତ

କିଶନନଗର,୧୭/୦୫/୨୦୨୨(ଓଡିଶା ସମାଚାର / ଅଭୟ ଜେନା ) – ଲବ୍ଧପ୍ରତିଷ୍ଠ ସାହିତ୍ୟିକ ଶ୍ରୀ ଯୁକ୍ତ ଶାନ୍ତନୁ କୁମାର ଆଚାର୍ୟ୍ୟଙ୍କ ୯୦ତମ ଜୟନ୍ତୀ କଟକ ର ପ୍ରହରାଜ ପ୍ରତିଭା ପୂଜା ପରିଷଦ ପକ୍ଷରୁ ଶ୍ରୀଯୁକ୍ତ ପ୍ରହରାଜଙ୍କ ଶହୀଦ ନଗର, ଭୁବନେଶ୍ଵରସ୍ଥିତ ବାସଭବନରେ ପାଳନ କରାଯାଇଛି। ପରିଷଦ ତରଫରୁ ବର୍ଷୀୟାନ୍ ସାରସ୍ବତ ସାଧକ ଶ୍ରୀଯୁକ୍ତ ଆଚାର୍ୟ୍ୟଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମିଷ୍ଟାନ୍ନ ଖୁଆଇ ଜନ୍ମ ଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ପରିଷଦର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ପୀୟୂଷ ରଞ୍ଜନ ପରିଡ଼ା, କୋଷାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଶ୍ରୀଯୁକ୍ତ ଆଚାର୍ୟ୍ୟଙ୍କ ସାହିତ୍ୟ ସାଧନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଆରୋହଣ, ଭୁବନେଶ୍ୱରର ବରିଷ୍ଠ ସଭ୍ୟ ଆଲୋକ କୁମାର ବେହୁରା ଆଲୋଚନାରେ ଭାଗ ନେଇ କହିଥିଲେ ଯେ ଦୁଇ ଥର ଞ୍ଚସାହିତ୍ୟଞ୍ଚ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, ଅତିବଡ଼ି ପୁରସ୍କାର, ସାହିତ୍ୟ ଭାରତୀ ପୁରସ୍କାର ତଥା ସର୍ବଭାରତୀୟ ସ୍ତରୀୟ ଜାତୀୟ ପୁରସ୍କାର ପାଇଥିବା ଶ୍ରୀ ଆଚାର୍ୟ୍ୟଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବିଶିଷ୍ଟ ସାହିତ୍ୟିକା ନିରୁପମା ଆଚାର୍ୟ୍ୟ ଶ୍ରୀଯୁକ୍ତ ଆଚାର୍ୟ୍ୟଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ। ଶେଷରେ ଶ୍ରୀଯୁକ୍ତ ଆଚାର୍ୟ୍ୟ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ମଧୂସୁଦନ ଦାସ, ଗୋପାଳ ଚନ୍ଦ୍ର ପ୍ରହରାଜ ଆଦି ମନିଷୀମାନେ ଯେଭଳି ଜୀବନ ବ୍ୟାପି ସାଧନା କରିଥିଲେ, ସେଭଳି ଓଡ଼ିଆ ସାହିତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି। ପରିଶେଷରେ ଅରୁଣ ନନ୍ଦ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ କରୁଣାକର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଓଡିଶା ସମାଚାର

Leave a Reply

Your email address will not be published.