Wednesday , July 6 2022
Breaking News
Home / ତାଜା ଖବର / ପ୍ରିୟଦର୍ଶିନୀ ମାର୍କେଟ ନିକଟରେ ଛାତ୍ର କଂଗ୍ରେସ ନେତାଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତିଯାଇଛନ୍ତି

ପ୍ରିୟଦର୍ଶିନୀ ମାର୍କେଟ ନିକଟରେ ଛାତ୍ର କଂଗ୍ରେସ ନେତାଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତିଯାଇଛନ୍ତି

ଭୁବନେଶ୍ୱର , ୧୭/୦୫/୨୦୨୨( ଓଡ଼ିଶା ସମାଚାର )- ସିଆରପି ପ୍ରିୟଦର୍ଶିନୀ ମାର୍କେଟ ନିକଟରେ ଥିବା ଏକ ପାନ ଦୋକାନ ସମ୍ମୁଖରେ ପ୍ରଥମେ ପାଟିତୁଣ୍ଡ ଓ ପରେ ଗୁଳିକାଣ୍ଡ ଘଟିଛି । ହେଲେ ଗୁଳିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ମିଳିଥିବା ସୂଚନା ରୁ ପ୍ରକାଶ ଗୋଟିଏ ସ୍କୁଟିରେ ଦୁଇଜଣ ଆସିଥିବା ବେଳେ ଆଉଜଣେ ଏକ ଆଭେଞ୍ଜରରେ ଆସିଥିଲେ । ସେଠାରେ ପ୍ରଥମେ ପାଟିତୁଣ୍ଡ ହେଲା । ଘଟଣାସ୍ଥଳରେ ଜଣେ ଉତ୍ତ୍ୟକ୍ତ ହୋଇ ମାଟିକୁ ଫାଙ୍କା ଗୁଳି କରିଥିଲେ । ଦୁଇଥର ଗୁଳି ମାରିବା ପରେ ସେଠାରୁ ଚମ୍ପଟ ମାରିଥିଲେ । ଜଣେ ଯୁବତୀ ପ୍ରଥମେ ପିସିଆରକୁ ଜଣାଇବାପରେ ପୋଲିସ ପହଂଚିବା ପୂର୍ବରୁ ସେଠାରୁ ଫେରା଼ର ହୋଇଯାଇଥିଲେ । ଘଟଣାସ୍ଥଳରେ ଡିସିପି ଓ ସ୍ପେସିଆଲ ସ୍କ୍ୱାର୍ଡ ପହଂଚି ତଦନ୍ତ କରୁଛନ୍ତି । ପ୍ରତ୍ୟକ୍ଷଦର୍ଶୀ ଭାବେ ପାନ ଦୋକାନୀଙ୍କୁ ପୋଲିସ ନେଇ ପଚରାଉଚରା କରୁଛି । ସେଠାକାର ଦୋକାନମାନଙ୍କରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଖୋଳତାଡ଼ କରୁଛି ପୋଲିସ ।
ସେପଟେ ଫାୟାରିଂ ଘଟଣାରେ ଛାତ୍ର କଂଗ୍ରେସ ନେତା ଵିଭୂ ପ୍ରସାଦ ଜେନାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି । ସେ ଗୁଳିମାଡ଼ରୁ ବର୍ତି ଯାଇଛନ୍ତି । ଏନେଇ ଥାନାରେ ଏତଲା ଦେବାକୁ ପହଞ୍ଚିଛନ୍ତି ଵିଭୂ ପ୍ରସାଦ । ଅଭିଯୋଗ ଅନୁଯାୟୀ ଘଟଣା ସ୍ଥଳରେ ଵିଭୂ ଏବଂ ତାଙ୍କର ଜଣେ ବନ୍ଧୁ ଠିଆ ହୋଇଥିବା ସମୟରେ ୨ ଜଣ ଦୁର୍ବୃତ୍ତ ପହଞ୍ଚିଥିଲେ । ରାଜନୈତିକ ଆକ୍ରୋଶ ରଖି ଵିଭୂଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ। ପରେ ବନ୍ଧୁକ ଛାତିରେ ଲଗାଇ ଧମକାଇ ଥିଲେ । ଵିଭୂ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ବନ୍ଧୁକରୁ ବାହାରିଥିବା ୨ ଟି ଗୁଳି ତଳେ ବାଜିଥିଲା। ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଵିଭୂ ।୨ ଦୁର୍ବୃତ୍ତ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଵିଭୂ। ଏନେଇ ଥାନାରେ ଲିଖିତ ଅଭିଯୋଗ ଦେବାକୁ ଥାନାରେ ଵିଭୂଙ୍କ ସହ କଂଗ୍ରେସ କର୍ମୀ ପହଞ୍ଚିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜଳିଗଲା ବସ୍ , ୪ ଜଣ ଯାତ୍ରୀ ଆହତ

ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ଭୋର ସମୟରେ ‘ଲଳିତା’ ନାମକ ଏକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ବେଳେ …

Leave a Reply

Your email address will not be published. Required fields are marked *