Friday , March 31 2023
Home / ବିଶେଷ / ନିଖୋଜ ପୂର୍ବତନ ଆସିକା ବିଧାୟକ ସରୋଜ ପାଢୀ ଘରକୁ ଫେରିଲେ

ନିଖୋଜ ପୂର୍ବତନ ଆସିକା ବିଧାୟକ ସରୋଜ ପାଢୀ ଘରକୁ ଫେରିଲେ

ଭୁବନେଶ୍ୱର , ୧୭/୦୫/୨୦୨୨( ଓଡ଼ିଶା ସମାଚାର )- ନିଖୋଜ ପୂର୍ବତନ ଆସିକା ବିଧାୟକ ସରୋଜ ପାଢୀ ଘରକୁ ଫେରିଲେ । ନିଖୋଜ ଥିବା ପୂର୍ବତନ ଆସିକା ବିଧାୟକ ସରୋଜ ପାଢ଼ୀଙ୍କୁ ରାମେଶ୍ୱରମରୁ ଠାବ ହେଲା ପରେ କମିଶନରେଟ ପୁଇସ୍ ତାଙ୍କୁ ଭୁବନେଶ୍ୱରସ୍ଥିତ ସେ ରହୁଥିବା ରାଧାକୃଷ୍ଣ ଆପାର୍ଟମେଂଟ ରେ ପହଂଚାଇଛି  । ତେବେ ସୂଚନା ରୁ ଜଣାପଡ଼ିଛି ଯେ ତାଙ୍କର ମାନସିକ ଥିଲା । ସେ ଚାଲି ଚାଲି ତାମିଲନାଡ଼ୁର ରାମେଶ୍ୱରମ୍ ଯାଇଥିଲେ । ତାଙ୍କ ମୋବାଇଲ ଫୋନ୍ ହଜିଯାଇଥିଲା । ତେଣୁ ସେ ଘର ସହିତ ଯୋଗାଯୋଗ କରିପାରିନଥିଲେ । ସେ ଅନ୍ୟ ଜଣଙ୍କ ଫୋନ୍ ରୁ ଘରକୁ ଫୋନ୍ କରିଥିଲେ । ସେହି ଫୋନ୍ କୁ ଟ୍ରାକିଙ୍ଗ କରି ରାମେଶ୍ୱରମ୍ ରୁ ତାଙ୍କୁ ଠାବ କରାଯାଇଥିଲା । ଗତ ୧୨ ତାରିଖରୁ ନିଖୋଜ ହେବା ନେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ତାଙ୍କ ପୁଅ ସଂଜିତ ପାଢ଼ୀ ଅଭିଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.