କଳାହାଣ୍ଡି, ୧୭/୦୫/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ) – ଗତ କାଲି ଗୋଳମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗ୍ରାମର ଧାନ ମଣ୍ଡି ପଛପଟେ ଚିକେନ୍ ଜୋର ପାଖରେ ଜୁଆ ଖେଳୁଥିବା ସମୟରେ ଦଶପୁର ପୋଲିସ ଫାଣ୍ଡି ଅଧିକାରୀ ଚନ୍ଦ୍ର ହାସ୍ବ ସାହୁ ଏବଂ
ଗୋଳମୁଣ୍ଡା ଥାନା ଅଧିକାରୀ ଯୁଗଲ ଶବର ଓ ଥାନା କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ ଜୁଆ ଆଡା ଉପରେ ଚଢ଼ାଉ କରି ପୁଲିସ ଆଠ ଗୋଟି ମୋଟର ସାଇକେଲ, ନଗଦ ପଞ୍ଚାନବେ ହଜାର ଟଙ୍କା.ଛଅ ଗୋଟି ମୋବାଇଲ ଫୋନ ଜବତ କରିବା ସହ ଛଅ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସେମାନଙ୍କ ମଧ୍ୟରେ ଥିବା ଵ୍ୟକ୍ତିମାନେ ହେଲେ ଜୁନାଗଡ ଥାନା ଅନ୍ତର୍ଗତ ଚିଚିଗୁଡା ଗ୍ରାମର ପ୍ରକାଶ ଚନ୍ଦ୍ର ମେହେର, ସାନଚେର ଗାଁ ର ଅନନ୍ତ ସାହୁ,କେଗାଁ
ର ନବ ପଟେଲ, ସିନାପାଲି ଥାନା ଅନ୍ତର୍ଗତ ଗହର ପାଳି ଗାଁ ର ଦେବେନ୍ଦ୍ର କଟା ଏବଂ ଲିମସେର ଗାଁ ରନୃପରାଜ ମେହେର ପରଖିତ ମେହେର ଥିବା ଜଣା ପଡ଼ିଛି।ଓଡିଶା ସମାଚାର