କେନ୍ଦ୍ରାପଡ଼ା, ୧୬/୦୫/୨୦୨୨( ଓଡ଼ିଶା ସମାଚାର )-ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି .ପି. ଆଇ.)ର ପରିବର୍ଦ୍ଧିତ ବୈଠକ ସାଥି ସୋହାନା ବେଗମଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦେଶ ପାଇଁ ଶହୀଦ ହୋଇଥିବା ବଳିୟାନ ସାଥିଙ୍କ ଉଦ୍ଧେଶ୍ୟରେ ୨ ମିନିଟ ନୀରବ ଶ୍ରଦ୍ଧାଞ୍ଜଳୀ ଅର୍ପର୍ଣ ପରେ ପାର୍ଟିର ଜିଲ୍ଲା ସମ୍ପାଦକ ସାଥି ରମଣୀ ରଞ୍ଜନ ରାଉତରାୟ ବିଗତ ଦିନ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ ସହିତ ଆଗାମୀ ଦିନରେ ଜିଲ୍ଲାର ପ୍ରକୃତ ବିକାଶ ପାଇଁ ସି. ପି. ଆଇ. ବ୍ୟାପକ ଲଢେଇ କରିବ ବୋଲି ଆହ୍ୱାନ ଦେଇଥିଲେ । ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲାରେ ତୁରନ୍ତ ରାଜ୍ୟ ସରକାର ଘୋଷଣା କରିଥିବା ମିତଲ ଷ୍ଟିିଲ ପ୍ଲାନ୍ଟ ପ୍ରତିଷ୍ଠା କରିବାକୁ ଦାବି କରିଥିଲେ । ଖାଲି ନିର୍ବାଚନି ବାଣ ନକରି ପୂର୍ବରୁ ଯେଭଳି ବିଦ୍ୟୁତ ପ୍ଳାନ୍ଟ ଅଳାଇଲୋରେ ପ୍ରତିଷ୍ଠା କରାଯିବା, ନଦୀ ଭିତିକ ବନ୍ଦର ପ୍ରତିଷ୍ଠା କରାଯିବାବାକୁ ଘୋଣଷା କରି ତାହା ହୋଇପାରିଲା ନାହିଁ । ଏହାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବାକୁ ପାର୍ଟି ପକ୍ଷରୁ ଆହ୍ୱାନ ଦିଆଯାଇଛି । ବର୍ତମାନ ଦରଦାମ ବୃଦ୍ଧି, ଶ୍ରମିକଙ୍କ ସମସ୍ୟା, ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୋଧରେ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଙ୍ଗଠିତ ହେବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏଥିସହିତ ଆସନ୍ତା ଜୁନ ୧୧ ଓ ୧୨ ଦୁଇଦିନ ଧରି ପାର୍ଟିର ଜିଲ୍ଲା ସମ୍ମିଳନୀ କେନ୍ଦ୍ରାପଡାରେ ଅନୁଷ୍ଠିତ ହେବାକୁ ନିଷ୍ପତି ନିଆଯାଇଛି । ଏହି ସମ୍ମିଳନୀକୁ ରାଜ୍ୟ ସମ୍ପାଦକ ସାଥି ଆଶିଷ କାନୁନଗୋ ଉଦଘାଟନ କରିବେ । ଏହି ସଭାରେ ସହ ସମ୍ପାଦକ ଆଦିକନ୍ଦ ରାଉଳ, ପୂର୍ବତନ ସଂପାଦକ ବାବାଜୀ ଧଳ, ମାର୍ଶାଘାଇ- ମହାକାଳପଡା ଜୋନ ସଂପାଦକ ବିକାଶ ଚନ୍ଦ୍ର ବେଉରା, ସୀତାକାନ୍ତ ବାରିକ, ପ୍ରଦୀପ ବେହେରା, ଦାମୋଦର ମଳିକ, ଉମେଶ ନାୟକ, ବସନ୍ତ କୁମାର ବାରିକ, ସଞ୍ଜୟ ବସନ୍ତିଆ, ଅକ୍ଷୟ କୁମାର ମଳ୍ଲିକ, ଭଜହରି ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସମ୍ମିଳନୀ ପାଇଁ ଏକ ଅଭ୍ୟର୍ଥନ କମିଟି ଗଠିତ ହୋଇ ଏହାରେ ଅଧ୍ୟକ୍ଷ ଭାବେ ପ୍ରଫେସର ଅଜୟ ସାମଲଙ୍କ ସମେତ ଅନ୍ୟ ୮୦ ଜଣ ସଭ୍ୟଙ୍କୁ ଚୟନ କରାଯାଇଛି । ଓଡ଼ିଶା ସମାଚାର