Friday , March 31 2023
Home / ବିଶେଷ / ରକ୍ତଦାନ ସେବା ମାଧ୍ୟମରେ ସମାଜସେବୀ ଦଂପତି ପାଳିଲେ ଦ୍ଵିତୀୟ ବିବାହ ବାର୍ଷିକ ଉତ୍ସବ  

ରକ୍ତଦାନ ସେବା ମାଧ୍ୟମରେ ସମାଜସେବୀ ଦଂପତି ପାଳିଲେ ଦ୍ଵିତୀୟ ବିବାହ ବାର୍ଷିକ ଉତ୍ସବ  

କଟକ,୧୬/୦୫/୨୦୨୨(ଓଡ଼ିଶା ସମାଚାର) – ସମାଜସେବାର ବାସ୍ତବତାକୁ ବୁଝି  ନିଜକୁ ନିୟୋଜିତ କରିଥିବା ଯୁବ ସୁଲଭ ପ୍ରତିଭା  ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ (ବିସିଟି) ଜଟଣୀ ଶାଖା ସଂଯୋଜକ ତଥା ତିରିମଲ ପଞ୍ଚାୟତ ବାସିନ୍ଦା ସମାଜସେବୀ ବାଳକୃଷ୍ଣ ମଣ୍ଡଳ ଏବଂ ଧର୍ମପ୍ରାଣା ପୁଷ୍ପାଞ୍ଜଳୀ ମଣ୍ଡଳ ଦମ୍ପତି ତାଙ୍କ ପ୍ରଥମ ବିବାହ ବାର୍ଷିକୀରେ ରକ୍ତଦାନ କରି ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳନ କରି ଯୁବ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ.ବିମଳ ଚନ୍ଦ୍ର ଦାସ,ନାଟ୍ୟକାର ଅଶୋକ ପଟ୍ଟନାୟକ,ଶାଶ୍ଵତ ଇଞ୍ଜିନିୟରିଂ ପ୍ଲମ୍ୱିଂ ମୁଖ୍ୟ ଅଶୋକ ସେଠୀ,ସମାଜସେବୀ ଉଦୟ ରଞ୍ଜନ ଦାସ(ଅପୁ ବାବୁ), ସଂଗଠକ ହେମନ୍ତ ଦାସ,ଇଂ.ସେବକ ଶ୍ରୀକାନ୍ତ, ନିରଞ୍ଜନ ପରିଡ଼ା, ରାକେଶ ବାରିକ୍, ଅଜୟ ଜୀ,ଧନେଶ୍ଵର ପ୍ରଧାନ,ଲିପୁନ୍ ନାୟକ,କୁଶ ବାବୁ,କୈଳାସ ଦାସ ପ୍ରମୁଖ କାର୍ଯ୍ୟକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମହତ୍ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି । ସୂଚନାଯୋଗ୍ୟ ପିତା ବାସୁଦେବ ମଣ୍ଡଳ,ମାତା  ବିଶିକା ମଣ୍ଡଳଙ୍କ ସୁପୁତ୍ର ଯୁବ ପ୍ରତିଭା ବାଳକୃଷ୍ଣ ସମାଜସେବା,ରୋଗୀ ଏବଂ ବାଳାଶ୍ରମ ସେବା,ରକ୍ତଦାନ,ବୃକ୍ଷରୋପଣ,କରୋନା ମହାମାରୀରେ ଜନ ସଚେତନତା ସହ ନୋଜମାସ୍କ ଓ ସାନିଟାଇଜର ବଣ୍ଟନ ଓ ପୂଜ୍ୟପୂଜା ଆଦି ବିଭିନ୍ନ ଆଦି ବିଭିନ୍ନ ଦିଗରେ ଉଲ୍ଲେଖନୀୟ କୃତିତ୍ୱ ନେଇ ନେଇ ସରସ୍ଵତୀ କଳା ପରିଷଦ କନ୍ଦରପୁର,ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ,ଉତ୍କଳ ବିକାଶ ପରିଷଦ କଟକ ସଦର ଓ ଅନନ୍ଦ ନୃସିଂହ ସ୍ମୃତି ସଂସଦ ବୟାଳିଶମୌଜା, ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର ଆଦି ବହୁ ସଂଗଠନ ଦ୍ଵାରା ସମ୍ବର୍ଦ୍ଧିତ ହୋଇ ଅଂଚଳ ପାଇଁ ଗୌରବ ଆଣିପାରିଛନ୍ତି  । ଓଡ଼ିଶା ସମାଚାର

 

Leave a Reply

Your email address will not be published.