ମାହାଙ୍ଗା,୧୬/୦୫/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ହେଟାବାଘ ଆକ୍ରମଣ ଯୋଗୁଁ ମାହାଙ୍ଗା ଥାନା ଶିପୁରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ହେଟାବାଘ ଆକ୍ରମଣ କରିବା ଯୋଗୁଁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ସିପୁରା ଗାଁ ରେ ଥିବା ଚାଷୀଙ୍କ କଖାରୁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିବା ବେଳେ ପଶ୍ଚିମବଙ୍ଗ ଅଞ୍ଚଳର ଅଚିନ୍ତ ନାୟକ ଓ ବାଲେଶ୍ଵର ଅଞ୍ଚଳର ବାପୁନୀ ପାଲଙ୍କୁ ହଠାତ୍ ଏକ ହେଟାବାଘ ଆକ୍ରମଣ କରିବାରୁ ଦୁହେଁ ଲହୁ ଲୁହାଣ ହୋଇପଡିଥିଲେ ।
ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଶିପୁରା ଗାଁ ନିକଟର ଛିଡାହୋଇଥିବା ବଡ଼ଚଣା ଅଞ୍ଚଳର ଅଶୋକ ସେନାପତିଙ୍କୁ ମଧ୍ୟ ହେଟାବାଘ କାମୁଡି ରକ୍ତାକ୍ତ କରିବା ଜଣା ପଡିଛି । ଗୁରୁତର ଆହତ ଅବସ୍ଥାରେ ଏମାନଙ୍କ ମଧ୍ୟରୁ ୨ ଜଣ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହେଉଥିବା ବେଳେ ଜଣକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ହେଟାବାଘ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଏବଂ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
ବନ ବିଭାଗ ଏହି ହେଟାବାଘକୁ ଧରିବା ପାଇଁ ମାହାଙ୍ଗାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରଖିବା ସୂଚନା ମିଳିଛି । ଓଡ଼ିଶା ସମାଚାର