ତାରପୁର, ୧୬/୫/୨୦୨୨(ଓଡ଼ିଶା ସମାଚାର)-ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମହମ୍ମଦପୁର ପଂଚାୟତର ବୁଦ୍ଧ ବିହାର ଠାରେ ଆଜି ଭଗବାନ ବୁଦ୍ଧ ଙ୍କର ୨୫୬୬ ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଆୟୋଜିତ ଉତ୍ସବରେ ନିଶ୍ଚିନ୍ତକୋଇଲି ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ୨୮ ନମ୍ବର ଜୋନ୍ ଜିଲାପରିଷଦ ସଭ୍ୟା ଶୁଭଶ୍ରୀ ମହାନ୍ତିଙ୍କ ପ୍ରତିନିଧି ମନୋଜ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ବନମାଳୀ ରାଉଳ , ସମ୍ମାନୀତ ଅତିଥି ଭାବେ ମହମ୍ମଦପୁର ପଂଚାୟତ ସମିତି ସଭ୍ୟ ରଂଜନ କୁମାର ପାତ୍ର, ପୂର୍ବତନ ସରପଂଚ ସରୋଜ କୁମାର ବେହେରା ଯୋଗଦେଇ ଭଗବାନ ବୁଦ୍ଧ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେଳେ ସମାଜର ଅଶେଷ କଲ୍ୟାଣ ସାଧନ ହୋଇ ପାରିବା ସହ ମନୁଷ୍ୟ ସୁପଥଗାମୀ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କୁନି କୁନି ପିଲାଙ୍କ ମଧ୍ୟରେ କୁଇଜ କମ୍ପିଟେସନ୍ କରାଯାଇ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । ମହମ୍ମଦପୁର ବୌଦ୍ଧ ସଂଘ ତରପରୁ ବୌଦ୍ଧ ଧର୍ମ ପ୍ରତି ଅନନ୍ୟ ଅବଦାନ ରଖିଥିବା ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ସଂଘର ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ସମ୍ପାଦକୀୟ ଭାଷଣ ରଖିଥିବାବେଳେ ସଭାପତି ବାବାଜୀ ଚରଣ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପକ ଡ଼ ସମିର ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଭିମନ୍ୟୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର