କେନ୍ଦ୍ରାପଡ଼ା, ୧୬/୦୫/୨୦୨୨( ଓଡ଼ିଶା ସମାଚାର )-ସଦର ଥାନା ଅନ୍ତର୍ଗତ ଛଘରିଆ ନିକଟରେ ସଡ଼କ ଦୂର୍ଘଟଣାରେ ବରିଷ୍ଠ ସାମ୍ବାଦିକ ନାରାୟଣ ଚନ୍ଦ୍ର ସାହାଣୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କେନ୍ଦ୍ରାପଡ଼ା ଜିଲା ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥ୍ାନାନ୍ତରିତ କରାଯାଇଛି । ତାଙ୍କ ମସ୍ତିସ୍କରେ ଗଭୀର ଆଘାତ ଲାଗିଥିବାରୁ ସେଠାରେ ଅସ୍ତ୍ରୋପଚାର କରାଯାଇଛି । ଶ୍ରୀ ସାହାଣୀ ପାରାଦୀପ – ଚଣ୍ଡିଖୋଲ ଜାତୀୟ ରାଜପଥରେ ଘରକୁ ଫେରୁଥିବାବେଳେ ଛଘରିଆ ନିକଟରେ ପଛପଟୁ ଏକ ଟ୍ରକ୍ ଧକା ଦେବା ଫଳରେ ସେ ଛିଟିକି ପଡ଼ିଥିଲେ ।
ତାଙ୍କ ଆଶୁ ଆରୋଗ୍ୟ କାମନା କରି କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ବଳଦେବ ଙ୍କ ନିକଟରେ ସାମ୍ବାଦିକମାନେ ସମୂହ ଦୀପ ଦାନ କରିଛନ୍ତି । ଓଡ଼ିଶା ସମାଚାର
Home / ବିଶେଷ / ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣୀଙ୍କ ଆଶୁ ଆରୋଗ୍ୟ କାମନା କରି ସାମ୍ବାଦିକ ମାନଙ୍କର ସମୂହ ଦୀପ ଦାନ