Monday , March 27 2023
Breaking News
Home / ତାଜା ଖବର / ନିଆଁଲାଗି ୩ ବଖରା ଘର ଭସ୍ମିଭୂତ , ୱାର୍ଡ଼ ସଭ୍ୟା ମୃତ 

ନିଆଁଲାଗି ୩ ବଖରା ଘର ଭସ୍ମିଭୂତ , ୱାର୍ଡ଼ ସଭ୍ୟା ମୃତ 

ତାରପୁର, ୧୬/୫/୨୦୨୨(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ବିଦ୍ୟାଧରପୁର ଗ୍ରାମ ପଂଚାୟତ ୧ ନମ୍ବର ୱାର୍ଡ଼ ସଭ୍ୟା ସରସ୍ୱତୀ ସେଠୀଙ୍କ ଘରେ ନିଆଁ ଲାଗି ୩ ବଖରା ବାସଗୃହ ସମ୍ପୂର୍ଣ୍ଣ ପୋଡ଼ି ଧ୍ୱଂସ ହୋଇ ଯାଇଥିବାବେଳେ ନିଯେ ସରସ୍ୱତୀ (୪୫) ନିଆଁରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳ ୧୦.୩୦ ମିନିଟ ସମୟରେ ସେ ରୋଷେଇ କରୁଥିବାବେଳେ କୌଣସି ପ୍ରକାରେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ଅସହ୍ୟ ଗରମ ଓ ପବନରେ ନିଆଁ ଚତୁର୍ଦିଗକୁ ବ୍ୟାପି ଯାଇଥିବାବେଳେ ପଡ଼ୋସୀମାନେ ଏହା ଦେଖି ସମସ୍ତ ଙ୍କୁ ଡ଼ାକ ପକାଇବା ସହିତ ତିର୍ତୋଲ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ସମସ୍ତେ ମିଶି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଜଳୁଥିବା ନିଆଁରେ ସମସ୍ତ ୩ ବଖରା ଘର ପୋଡ଼ି ପାଉଁଶ ହୋଇ ଯାଇଥିଲା । ଏଥିରେ ଅନ୍ୟୁନ  ୪ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି । ତେବେ ନିଯେ ସରସ୍ୱତୀ ନିଆଁରୁ ମୁକୁଳି ପାରିନଥିବାବେଳେ ୮୦ ପ୍ରତିଶତ ପୋଡ଼ି ଯାଥିଲେ । ତାଙ୍କୁ ସଂଗେ ସଂଗେ ଆମ୍ବୁଲାନ୍ସ ଦ୍ୱାରା ଜଗତସିଂହପୁର ମେଡ଼ିକାଲ ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ଗରୀବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ସରପଂଚ ସାହେଦା ତବସୁମ, ସମିତି ସଭ୍ୟା ସାରଗୀକା ତରେଇ, ସମାଜ ସେବୀ ରହିମ ଖାଁ, ଅଜୟ କୁମାର ସାମଲ ଙ୍କ ସମେତ ଗ୍ରାମବାସୀମାନେ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.