ଜୁନାଗଡ଼, ୧୬/୦୫/୨୦୨୨(ଓଡ଼ିଶା ସମାଚାର/ ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ଗ୍ରାମ ପଂଚାୟତର ଚିଲକପୁର ଗ୍ରାମର ମହାଜନ ପଡା ଆନୁକୂଲ୍ୟରେ ଦୀର୍ଘ ୧ ମାସ ଧରି ମହାଭାରତ ପାରାୟଣ ଅନୁଷ୍ଠିତ ହୋଇଯାଇଛି ।ଆଜି ପାରାୟଣ ଶେଷ ଦିବସରେ ଅଞ୍ଚଳର ଅନେକ ଗ୍ରାମର ଜନ ସାଧାରଣ ଏହି ମହାଭାରତ ପାରାୟଣ କାର୍ଯ୍ୟକ୍ରମ ରେ ସାମିଲ ହୋଇ ପୁରାଣ ପାଠ ଶ୍ରବଣ କରିଥିଲେ ।ଏଥିରେ ମହାଭାରତ ପାରାୟଣ କମିଟିର ସଭାପତି ଭୁବନେଶ୍ୱର ଗହୀର ,ସମ୍ପାଦକ ଶ୍ୟାମ ସୁନ୍ଦର ମାଝି ,କୋଷ।ଧ୍ୟକ୍ଷ ଜଗଦୀଶ ଗହୀର ମୁଖ୍ୟ ଦାୟିତ୍ୱ ବହନ କରିଥିବା ବେଳେ କର୍ତ୍ତା ଭାବରେ ଗଣେଶ ଗହୀର ଏବଂ ତାଙ୍କ ପତ୍ନୀ ସତ୍ୟଭାମା ଗହୀର ଦାୟିତ୍ୱ ଗ୍ରହଣ କରିଥିଲେ ।ପୂଜକ ଭାବରେ ଆଶୁତୋଷ ମୁଣ୍ଡ ,ପୁରାଣ ପଣ୍ଡିତ ଭାବରେ ସମୀର ରଞ୍ଜନ ମୁଣ୍ଡ ,ମଣ୍ଡନ ପୁରୋଧା ଭାବରେ ବାସୁଦେବ ପାଢ଼ୀ ଏବଂ ପାଚକ ଭାବରେ ଗୌର ହରି ଯୋଶୀ ଦାୟିତ୍ୱ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଚୁଟି କଟା ,କୁଣ୍ଡା ବରୀ ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠାନ ତରଫରୁ କରାଯାଇଥିଲା ।ଯାହାକି ଅନେକ ଗ୍ରାମର ଲୋକେ ଏଥିରେ ଯୋଗଦାନ କରି ନିଜର କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନା କରିଥିଲେ ।ଅନେକ ବର୍ଷ ପରେ ମହାଭାରତ ପାରାୟଣ କାର୍ଯ୍ୟକ୍ରମ ହୋଇଥିବା ରୁ ବହୁ ଜନ ସମାଗମ ଦେଖିବାକୁ ମିଳିଥିଲା ।ଏଥିରେ ଆୟୋଜକ କମିଟିର ଶ୍ରୀ ପତି ଗହୀର ,ଉମାକାନ୍ତ ଗହୀର ,ମୁକ୍ତେ ସ୍ୱର ଲହଜଳ ,ନିତ୍ୟା ନନ୍ଦ ଗହୀର ,କରୁଣ ଚନ୍ଦ୍ର ଗହୀର ,ପବିନ ଗହୀର ,ରଘୁନାଥ ମାଝି ଏବଂ ସନ୍ୟାସୀ ଗହୀର ପ୍ରମୁଖ ସହଯୋଗ କରିଥିଲେ ।ପ୍ରତିଦିନ ଏହି କାର୍ଯ୍ୟକ୍ରମ ରେ ସଂକୀର୍ତ୍ତନ ର ଆୟୋଜନ କରାଯାଇଥିଲା ।ଯାହାକି ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସ।ହ ଦେଖିବାକୁ ମିଳିଥିଲା ।ଆଜିର ଉଦଯାପନ ଦିବସରେ ମହାଭାରତ ପୁରାଣ ପାରାୟଣ କାର୍ଯ୍ୟକ୍ରମ ର ସମସ୍ତ ପୂଜାବିଧି ସୁଚାରୁରୂପେ ସମ୍ପାଦନା କରାଯାଇଥିଲା । ଓଡ଼ିଶା ସମାଚାର