Friday , March 31 2023
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲା ଇତିହାସ ରଚୟିତା  ପ୍ରତାପ ରାୟଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

କେନ୍ଦ୍ରାପଡା ଜିଲ୍ଲା ଇତିହାସ ରଚୟିତା  ପ୍ରତାପ ରାୟଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

କେନ୍ଦ୍ରାପଡ଼ା, ୧୬/୦୫/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲାର ଇତିହାସ ରଚୟିତା ସ୍ୱର୍ଗତ ପ୍ରତାପ କୁମାର ରାୟଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଗରାପୁରସ୍ଥିତ ଗୋପାଳଜୀଉମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସଭାପତି ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ ପ୍ରଫେସର ଡଃ. ସର୍ବେଶ୍ୱର ସେଣ ଯୋଗଦେଇ କହିଥିଲେ ଯେ ସ୍ୱର୍ଗତ ରାୟ କେନ୍ଦ୍ରାପଡା ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଥିଲେ । ସେ କେନ୍ଦ୍ରାପଡା ଜିଲ୍ଲାର ଇତିହାସ ସମ୍ପର୍କରେ ୨ଟି ପୁସ୍ତକ ରଚନା କରି କେନ୍ଦ୍ରାପଡାକୁ ଜିଲ୍ଲା ବାହାର ଲୋକମାନଙ୍କ ପାଖରେ ପହଂଚାଇବାକୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ଜଣେ ମଣିଷ ପରି ମଣିଷ ଥିଲେ ବୋଲି ମତବ୍ୟକ୍ତ କରି ଡଃ. ସେଣ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓମଫେଡର ପ୍ରାକ୍ତନ ପରିଚାଳକ ସାରଥି କାନୁନଗୋ, ଶିକ୍ଷାବିତ ନରୋତମ ଜେନା, ପ୍ରଣବ କୁମାର ଜେନା, ମହାକାଳପଡା ବିକାଶ ମଂଚର ସଭାପତି ତଥା ଉତ୍କଳ ସମ୍ମିଳନୀର ସଭ୍ୟ କାଶୀନାଥ ରାଉତରାୟ, ସମାଜସେବୀ ଜଗତଜୀବନ ଦାଶ, ନିତ୍ୟାନନ୍ଦ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାୟଙ୍କ ସ୍ମୃତିଚାରଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.