Wednesday , July 6 2022
Breaking News
Home / ତାଜା ଖବର / ରାସ୍ତା ଦୂର୍ଘଟଣାରେ ଜଣେ ମୃତ

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )-  ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- ଚାନ୍ଦବାଲି ରାସ୍ତାର ବାରୋ ନବୋଦ୍ୱୟ ବିଦ୍ୟାଳୟ ନିକଟରେ ଏକ କାର ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ବାଇକ ଚାଳକଙ୍କ ମୃତୁ୍ୟ ହୋଇଯାଇଛି ।  ମୃତ ଯୁବକଙ୍କ ନାମ ବାବୁନ ଖାଁ(୪୫) । ତାଙ୍କ ଘର ପଳସିଂହା ପଂଚାୟତର ଦୋବନ୍ଧା ଗ୍ରାମ ବୋଲି ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ କେନ୍ଦ୍ରାପଡା ସହରରୁ କାମସାରି ବାବୁନ ବାଇକରେ ଘରକୁ ଫେରୁଥିଲେ । ନବୋଦ୍ୱୟ ବିଦ୍ୟାଳୟ ନିକଟରେ ଏକ କାର ପଛପଟୁ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ସେ ବାଇକରୁ ଛିଟିକି ତଳେ ପଡିଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ କଟକ- ଚାନ୍ଦବାଲି ରାସ୍ତାକୁ ନବୋଦ୍ୱୟ ବିଦ୍ୟାଳୟ ନିକଟରେ କିଛି ସମୟ ପାଇଁ ଅବରୋଧ କରିଥିଲେ । ଖବର ପାଇ ନିକିରାଇ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।  ଓଡ଼ିଶା ସମାଚାର

About admin

Check Also

ଜଳିଗଲା ବସ୍ , ୪ ଜଣ ଯାତ୍ରୀ ଆହତ

ଭୁବନେଶ୍ୱର, ୦୪/୦୭/୨୦୨୨(ଓଡ଼ିଶା ସମାଚାର)- ଆଜି ଭୋର ସମୟରେ ‘ଲଳିତା’ ନାମକ ଏକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ବେଳେ …

Leave a Reply

Your email address will not be published. Required fields are marked *