କଟକ ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ମାହାଙ୍ଗା ଥାନା ଆଇଆଇସି ନିହାର ରଂଜନ ମହାନ୍ତି ଙ୍କୁ କଟକ ଜିଲା ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି । ମାହାଙ୍ଗା ଥାନା ଆଇଆଇସି ନିହାର ରଂଜନ ମହାନ୍ତି ଙ୍କ ପତ୍ନୀ ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ ରୀନା ବେହୁରା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ତାଙ୍କ ସ୍ୱାମୀ ତଥା ମହାଙ୍ଗା ଥାନା ଆଇଆଇସି ନିହାର ରଂଜନ ମହାନ୍ତି ଭିଜିଲାନ୍ସକୁ ଚକମା ଦେଇ କ୍ୱାର୍ଟର ଚାବି ପକାଇ କୁଆଡ଼େ ଚାଲିଯାଇଥିଲେ । ଫଳରେ ଭିଜିଲାନ୍ସ ପକ୍ଷରୁ ତାଙ୍କ କ୍ୱାର୍ଟର ସିଲ କରାଯାଇ ତାଙ୍କୁ ଭିଜିଲାନ୍ସରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା । ଶ୍ରୀ ମହାନ୍ତି ଭିଜିଲାନ୍ସରେ ହାଜର ହେବା ପରେ ତାଙ୍କୁ ମାରାଥନ ଜେରା କରାଯାଇଥିଲା । ଭିଜିଲାନ୍ସ ତାଙ୍କ କ୍ୱାର୍ଟର ରେ ଯାଂଚ କରିଥିଲା । ଭିଜିଲାନ୍ସ ଚଢାଉ ପରେ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କୁ ବଦଳି କରାଯାଇଛି। କଟକ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ରବିବାର ବଦଳି କରାଯାଇଛି। କଟକ ଗ୍ରାମାଞ୍ଚଳ ଏସପି ବି. ଯୁଗଳ କିଶୋର ବଦଳି ନିର୍ଦ୍ଦେଶ ଦେଇଛନ୍ତି। ରବିବାର କଟକ ଗ୍ରାମାଂଚଳ ଆରକ୍ଷୀ ଅଧିକ୍ଷକ ତାଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ଏସଆଇ ତପନ ନାୟକଙ୍କୁ ମାହାଙ୍ଗା ଥାନା ଦାୟିତ୍ୱ ଦିଆଯାଇଛି। ନୂଆ ଆଇ ଆଇ ସି ପୋଷ୍ଟିଙ୍ଗ ହେବା ପର୍ୟ୍ୟନ୍ତ ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ,ସଆଇ ତପନ କୁମାର ନାୟକ ମାହାଙ୍ଗା ଥାନାଧିକାରୀ ଦାୟିତ୍ଵ ତୁଲାଇବେ।ଓଡ଼ିଶା ସମାଚାର