ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ସଭାପତି ସମୀର ମହାନ୍ତିଙ୍କ ସହ ୫ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି।
ପ୍ରଚାର ତାଲିକାରେ ସଭାପତି ସମୀର ମହାନ୍ତିଙ୍କ ସହ ପାଞ୍ଚ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ଵିନ ବୈଷ୍ଣବ ଏବଂ ବିଶେଶ୍ଵର ଟୁଡୁଙ୍କ ସହ ବରିଷ୍ଠ ନେତା ଜୁଏଲ ଓରାମ, ଓଡିଶା ରାଜ୍ୟ ପ୍ରଭାରୀ ଡ.ପୁରନ୍ଦେଶ୍ଵରୀ,ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ ଅଛନ୍ତି। ବ୍ରଜରାଜନଗର ଉପ ନିର୍ବାଚନରେ ବିଜେପି ରାଧାରାଣୀ ପଣ୍ଡା ଙ୍କୁ ପ୍ରାର୍ଥୀ କରିଛି। ବିଜେଡି ଅଳକା ମହାନ୍ତି ଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ କିଶୋର ପଟେଲ ଙ୍କୁ ପ୍ରାର୍ଥୀ କରିଛି। ଓଡ଼ିଶା ସମାଚାର