ଗରଦପୁର,୧୫/୦୫/୨୦୨୨( ଓଡ଼ିଶା ସମାଚାର )- ଅରିଲୋସ୍ଥିତ ଶିଶୁ ଅନନ୍ତ ଆଶ୍ରମରେ ୫୩ତମ ବାର୍ଷିକ ଚତୁର୍ଦ୍ଧଶି ମେଳା ଅନୁଷ୍ଠିତ ହେଉଛି । ଗତ ଅକ୍ଷୟ ତୃତୀୟା ଠାରୁ ବୈଶାଖ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ଭବ୍ୟ ଆଧ୍ୟାତ୍ମିକ ମେଳାର ଆଜି ର ଦିବସରେ ନୃସିଂହ ଚତୁର୍ଦ୍ଧଶି ଧର୍ମୀୟ ରୀତି ନୀତି ଅନୁଯାୟୀ ପାଳନ କରାଯାଇଥିଲା । ଏହି ଅବସରରେ ପ୍ରଭୁ ଶ୍ରୀ ଶ୍ରୀ ଶିଶୁ ଅନନ୍ତ ନୃସିଂହ ବେଶରେ ସୁସଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ବ୍ରାହ୍ମଣ ପଣ୍ଡିତ ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଳା । ନୃସିଂହ ଚତୁର୍ଦ୍ଧଶି ଅବସରରେ ଅନୁଷ୍ଠିତ ଭକ୍ତ ସମାବେଶକୁ ସମ୍ବୋଧିତ କରି ପଦ୍ମଶ୍ରୀ ବାବା ବଳିଆ କହିଲେ ଯେ ମଣିଷ ଜୀବନର ମୂଳ ମନ୍ତ୍ର ହିଁ କର୍ମ । କର୍ମ କୁ ନେଇ ମଣିଷ ସଂସାରରେ ଅମରତ୍ୱକୁ ଲାଭ କରିଥାଏ । ପରର ମଙ୍ଗଳ ପାଇଁ ଉଦ୍ଧିଷ୍ଟ କର୍ମ ହିଁ ବାସ୍ତବ ଇଶ୍ୱରଙ୍କ ସେବା । ଆୟୋଜିତ ସତସଙ୍ଗ ସଭାରେ ଡ଼ ସ୍ୱାମୀ ଚିଦାନନ୍ଦ ମହାରାଜ କହିଥିଲେ ଯେ ଏକନିଷ୍ଟ ଭକ୍ତି ଭାବ ହିଁ ଭଗବତ୍ କୃପା ପ୍ରାପ୍ତି ର ମୂଳ ମନ୍ତ୍ର । ଏଥି ସହିତ ମେଳାର ପ୍ରତ୍ୟେହ ଦିନରେ ଶ୍ରୀ ଜୀଉ ମାନଙ୍କର ଚନ୍ଦନ ଚାପ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଶିଶୁ ଅନନ୍ତଙ୍କର ଚଳନ୍ତି ବିଗ୍ରହ ରାଧା ଗୋବିନ୍ଦ ଓ ବ୍ରହ୍ମ ଗୋପାଳଙ୍କ ସମେତ ଗୁରୁ ବର୍ଗ ମାନଙ୍କର ବିଗ୍ରହ ସୁସଜିତ ବିମାନ ପଟୁଆର ରେ ଚନ୍ଦନ ପୁଷ୍କରିଣୀକୁ ଯାତ୍ରା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଦୈତାନନ୍ଦ ବ୍ରହ୍ମଚାରୀ, ବାବାଜୀ ଦୟାନନ୍ଦ ଦାସ, ବାବାଜୀ ପ୍ରସାଦ ଦାସ, ଗୋପାଳ ଦାସ ପ୍ରମୁଖ ଭଗବତ ଗ୍ରନ୍ଥ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର