Monday , May 23 2022
Home / ବିଶେଷ / ଚୋରି ଅଭିଯୁକ୍ତ ଗିରଫ, ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର

ଚୋରି ଅଭିଯୁକ୍ତ ଗିରଫ, ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର

ଜୁନାଗଡ଼, ୧୫/୦୫/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – ଜୁନାଗଡ଼ ସହର ରେ ଚୋରିକରି ଫେରାର ଥିବା ଆସାମିକୁ ଶେଷରେ ଜୁନାଗଡ଼ ପୋଲିସ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ଠାରୁ ନଗଦ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର କରିଛି।ଗିରଫ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବାବେଳେ ଜଣେ ଫେରାର ଥିବା ସୂଚନା ମିଳିଛି।ପ୍ରକାଶ ଯେ ଗତ ୯ତାରିଖ ଦିନ ସହରର ପ୍ରଭାକର ସାହୁ ତାଙ୍କ ବୋଲେରୋ ଗାଡ଼ିରୁ ୭୦ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ।ଏଥିନେଇ ଏକ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଥିଲା। ଗତ ୧୩ ତାରିଖରେ ଗଂଜାମ ଆସିକା ଅଂଚଳର ଅଭିଯୁକ୍ତ ଏ ଅଞ୍ଜନା ରାଓ (୩୦) ଙ୍କୁ ସ୍ଥାନୀୟ ଅକ୍ସିସ ବ୍ୟାଙ୍କ ସମ୍ବୁଖରୁ ଗିରଫ କରିଥିଲା ଏବଂ ଅନ୍ୟଜଣେ ସହଯୋଗୀ ସେଠାରୁ ଫେରାର ହୋଇ ଯାଇଥିଲା। ଅଭିଯୁକ୍ତଙ୍କ ଠାରୁ ନଗଦ ୮୪,୯୫୦ ଟଙ୍କା, ଏଆର ବ୍ୟାଗ ,ମୋବାଇଲ ଫୋନ, ରଡ଼ ଏବଂ ଗୋଟିଏ ଇଉନିକର୍ଣ ମୋଟର ସାଇକେଲ ଉଦ୍ଧାର କରାଯାଇଛି।୨ ଅଭିଯୁକ୍ତ ଜିଲ୍ଲାର ଆହୁରି ୬ ଗୋଟି ବିଭିନ୍ନ ମାମଲାରେ ଜଡିତ ଥିବା ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।ଅଭିଯୁକ୍ତ ଅଞ୍ଜନା କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଫେରାର ଅସାମୀକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ସେ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ

ଫୁଲବାଣୀ ୨୨/୦୫/୨୦୨୨( ଓଡ଼ିଶା ସମାଚାର )- ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ । କନ୍ଧମାଳ ଏସ୍ପି ଭିନୀତ ଅଗ୍ରଓ୍ୱାଲଙ୍କ ନିକଟରେ …

Leave a Reply

Your email address will not be published. Required fields are marked *