କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ଓଡିଶାର ଦ୍ୱିତୀୟ ସର୍ବପୁରାତନ ହାଇସ୍କୁଲ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୧ ମାଟ୍ରିକ ବ୍ୟାଚର ସହପାଠୀମାନଙ୍କର ଏକ ବନ୍ଧୁମିଳନ ହାଇସ୍ୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବନ୍ଧୁମିଳନରେ ବ୍ୟାଙ୍କ ଅଧିକାରୀ ଅମିୟକାନ୍ତ ରାଉତ, କେନ୍ଦ୍ରାପଡା ଅର୍ବାନବ୍ୟାଙ୍କ ପରିଚାଳକ ରବୀନ୍ଦ୍ର କୁମାର ପାତ୍ର, ଶିକ୍ଷାବିତ ସେକ ସାହାଜାନ ଖାଁ ପ୍ରମୁଖ ଯୋଗଦେଇ ସେହି ପୁରୁଣା ଦିନର ସ୍ମୃତିକୁ ରୋମନ୍ଥନ କରିଥିଲେ । ଏଥିସହ ଆଗାମୀ ଡିସେମ୍ବର ମାସରେ ଏହି ବ୍ୟାଚ ପକ୍ଷରୁ ଏକ ଗୁରୁ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ସହ ସହପାଠୀମାନଙ୍କର ଏକ ଡାଇରେକ୍ଟ୍ରୋରୀ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବନ୍ଧୁମିଳନରେ ଶ୍ୟାମସୁନ୍ଦର ନାୟକ, ମହମ୍ମଦ ଫାୟାଜ, ଇସ୍ତାଏଲ ଅଲ୍ଲୀ, ଆସଫ ଅଲ୍ଲୀ, ଜୀତେନ୍ଦ୍ର ରାଉତ, ମନୋଜ ନାୟକ, ନବକିଶୋର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ଶେଷରେ ଶିକ୍ଷକ ନରେଶ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର