Sunday , October 1 2023
Home / ବିଶେଷ / କଟକ ଲାଲବାଗ ଥାନା ପୁଲିସ୍ ହାତରେ ମୋବାଇଲ ଲୁଟେରା  

କଟକ ଲାଲବାଗ ଥାନା ପୁଲିସ୍ ହାତରେ ମୋବାଇଲ ଲୁଟେରା  

କଟକ, ୧୫/୦୫/୨୦୨୨( ଓଡ଼ିଶା ସମାଚାର/ଦେବାଶିଷ ରଥ )- କଟକ ରେ ଏବେ ଦିନକୁ ଦିନ ମୋବାଇଲ ଫୋନ୍ ଚୋରି ବୃଦ୍ଧି ପାଉଛି। ଲୁଟେରାମାନେ ଅତି ଚତୁରତାର ସହ ମୋବାଇଲ ଫୋନ୍ ଲୁଟି ନେଉଛନ୍ତି। ଏଭଳି ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗ୍ ର ଫର୍ଦ୍ଦାଫାଶ୍ କରିଛି କଟକ ଲାଲବାଗ ଥାନା ପୋଲିସ। ଏ ଘଟଣାରେ ଗ୍ୟାଙ୍ଗ୍ ର ଜଣେ ସଦସ୍ୟକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରେସମିଟ୍ କରି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଡିସିପି ଙ୍କ  ସୂଚନା ମୁତାବକ ଗତ କିଛି ଦିନ ତଳେ ଶେଖବଜାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୋବାଇଲ ହଜିଯାଇଥିବା ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି  କରି ପୋଲିସ  ଅନୁସନ୍ଧାନ ଆରମ୍ଭ କରିଥିଲା । ପରେ ମୋବାଇଲ ଚୋରି ହୋଇଥିବା ଜଣାପଡିଥିଲା। ଆଉ ମୋବାଇଲ ଚୋରିରେ କଟକ ସାଇଲୋ ଗୋବିନ୍ଦପୁର ଅଞ୍ଚଳର ସରୋଜ ବେହେରା ଓରଫ୍ ମୁନାକୁ ଧରିବାରେ ପୋଲିସ ସଫଳ ହୋଇଥିଲା । ମୁନା ନିକଟରୁ ପାଖାପାଖି ୨୨ ଟି ମୋବାଇଲ ଫୋନ୍ ଉଦ୍ଧାର କରାଯାଇଛି। ତେବେ ଘଟଣାର ତଦନ୍ତ କରୁ କରୁ ପୋଲିସ ୪୦ ରୁ ଉର୍ଦ୍ଧ୍ବ ମୋବାଇଲ ଉଦ୍ଧାର କରିଛି ।  ମୁନା ନାଁରେ ଏକାଧିକ ମାମଲା ରହିଥିଲା ବେଳେ ସେ ଜଣେ ମୋବାଇଲ ଲୁଟେରା ବୋଲି ପୋଲିସ ଜାଣିବାକୁ ପାଇଛି । ତେବେ ମୁନା ମୋବାଇଲ ଲୁଟି ନେଇ ଅନ୍ୟ ସ୍ଥାନରେ ବିକ୍ରି କରୁଥିବାର ମଧ୍ୟ ସୁରାକ ମିଳିଛି। ଏ ଗ୍ୟାଙ୍ଗ୍ ରେ ଆଉ କାହାର ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି ।   ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ହଜିଯାଇଥିବା ବା ଚୋରି ହୋଇଥିବା  ମୋବାଇଲ ଫୋନ୍ କୁ ଉଦ୍ଧାର କରାଯିବ। ଏହି ବ୍ୟବସ୍ଥା କାର୍ୟ୍ୟକାରୀ ହେଲେ ଅତି ସହଜରେ ଲୁଟେରାମାନଙ୍କୁ ଧରିହେବ। ଏ ନେଇ ସହରର ବିଭିନ୍ନ ଥାନା ଅଧିକାରୀମାନଙ୍କୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଉଦ୍ଧାର କରାଯାଇଥିବା ମୋବାଇଲ ଫୋନ୍ କୁ ତଦାରଖ କରି ଏହାର ମାଲିକମାନଙ୍କୁ ଏକ ମେଳା ଦ୍ୱାରା ହସ୍ତାନ୍ତର କରାଯିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି । ପ୍ରେସମିଟ୍ ରେ ୩ ନମ୍ବର ଜୋନ୍ ଏ ସି ପି ତାପସ ପ୍ରଧାନ,ଲାଲବାଗ ଥାନା ଆଇଆଇସି ରବିନାରାୟଣ ଭଞ୍ଜ ଉପସ୍ଥିତ ଥିଲେ। ସହରରେ ବହୁ  ସଂଖ୍ୟାରେ ମୋବାଇଲ ଚୋରୀ ହେଉଥିବାରୁ ଚୋରମାନଙ୍କ ଗତିବିଧି ଉପରେ କମିସନରେଟ୍ ପୋଲିସ ତୀକ୍ଷ୍ଣ ନଜର ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *