Thursday , March 23 2023
Home / ବିଶେଷ / କଟକ ର ବୈଶାଖି ବାଣିଜ୍ୟ ମେଳା ରେ ପ୍ରବଳ ଭିଡ

କଟକ ର ବୈଶାଖି ବାଣିଜ୍ୟ ମେଳା ରେ ପ୍ରବଳ ଭିଡ

କଟକ ୧୫/୦୫/୨୦୨୨( ଓଡ଼ିଶା ସମାଚାର/ଦେବାଶିଷ ରଥ )- ଦର୍ଶକଙ୍କ ମନ ମୋହୁଛି ବୈଶାଖି ବାଣିଜ୍ୟ ମେଳା । ଦୁଇ ବର୍ଷ ହେବ କୋରନା କଟକଣା ପାଇଁ କୌଣସି ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ହେଉନଥିବା ବେଳେ ଚଳିତ ବର୍ଷ ବେଶ ଚିକ୍ ମିକ୍ ଆଲୁଅ ରେ ଝଲସୁଛି କଟକର ଉପର ବାଲିଯାତ୍ରା ପଡିଆ । ଛୋଟ ଛୁଆ ଙ୍କ ଠୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ସମସ୍ତ ଙ୍କ ମନରେ ଖୁସିର ଲହର । ବିଭିନ୍ନ ହସ୍ତଶିଳ୍ପ ସାମଗ୍ରି ପାଖରେ ବେସ ଭିଡ ଦେଖି ବାକୁ ମିଳୁଛି । ତା ସହିତ ଖାଦ୍ର ଷ୍ଟଲପାଖରେ ମଧ୍ୟ ଠିକ ସେହିପରି ଭିଡ ଜମିଛି ବୈଶାଖି ବାଣିଜ୍ର ମେଳା ରେ । ବିଭିନ୍ନ ସ୍ଥାନ ରୁ ବେପାରି ଆସି ଏହି ମେଳାରେ ଦୋକାନ ବଜାର ପକାଇଛନ୍ତି ।ଭଲ ବ୍ୟବସାୟ କରି ବେପାରି ମାନେ ଭଲ ଦୁଇ ପଇସା ଲାଭ କରିଥାନ୍ତି । ସେହିପରି ସଂନ୍ଧ୍ୟା ସମୟରେ ବୈଶାଖି ବାଣିଜ୍ର ମେଳା ରେ ରାମ ଦୋଳି ରେ ବସି ଭରପୁର ମଜା ଉଠାଉଛନ୍ତି ଲୋକମାନେ । କୃତିମ ଭାବେ ଏକ ପୋଖରି କରି ଛୋଟ ପିଲା ମାନଙ୍କ ବୋଟିଙ୍ଗ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।ଯାହାପାଇଁ ପିଲା ଖୁସିରେ ଏହାର ମଜା ଉଠାଉଛନ୍ତି । ରୁଚି ପରିବାର ପକ୍ଷରୁ ମେୟର ସୁବାଷ ସିଂ ମହୋଦୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ସେହିପରି କଟକର ନୁତନ ଡିସିପି ପିନାକ ମିଶ୍ର ଙ୍କୁ ମଧ୍ୟ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।ବୈଶାଖି ବାଣିଜ୍ୟ ମେଳା ଆସନ୍ତା ୧୫ତାରିଖ ପର୍ୟ୍ୟନ୍ତ ଜାରି ରହିବ । ବାଣିଜ୍ର ମେଳା କିପରି ଠିକ୍ ଭାବେ ପରିଚାଳନା ହେବ ଏ ନେଇ ପ୍ରସାଶନ ପକ୍ଷରୁ କଡା ନଜର ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.