Thursday , March 23 2023
Home / ବିଶେଷ / ଏସପି ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଏସପି ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଗଞ୍ଜାମ,୧୫/୦୫/୨୦୨୨( ଓଡ଼ିଶା ସମାଚାର )- ଶନିବାର ସଂଧ୍ୟାରେ ଗଞ୍ଜାମ ଜିଲା ପୋଲିସ କାର୍ୟ୍ୟାଳୟ ସମ୍ମୁଖରେ ଜଣେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ କରିଥିଲେ। ଯୁବକ ଜଣଙ୍କ ରମ୍ଭା ଥାନା ଅନ୍ତର୍ଗତ ବୋରିଗାଁର ବାଦଲ ସାହୁ । ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ନିଆଁରେ ପୋଡି ବାଦଲଙ୍କ ଶରୀରର ଅଧିକାଂଶ ଅଂଶ ଜଳି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ନିଆଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ତାଙ୍କ ପରିବାରକୁ ଗାଁ ଲୋକ ବାସନ୍ଦ କରିଥିଲେ । ନ୍ୟାୟ ମିଳିବା ଆଶା ନେଇ ଗଞ୍ଜାମ ଏସ୍.ପିଙ୍କୁ ଭେଟିବା ପାଇଁ ଏକ ବାଇକରେ ସେ ଆସିଥିଲେ । ତେବେ ଏସ୍.ପିଙ୍କୁ ଭେଟିପାରିନଥିଲେ । ଏହାପରେ ସେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା । କମ୍ବଳ ପକାଇ ତାଙ୍କୁ ଉଦ୍ଧାର କରାଯ୍ଧବଥିଳା । ଓଡ଼ିଶା ସମାଚାର

Leave a Reply

Your email address will not be published.