Sunday , March 26 2023
Breaking News
Home / ରାଜନୀତି / ‘ଆପ୍’ ର ସମୀକ୍ଷା ଓ ସାଂଗଠନିକ ଵୈଠକ

‘ଆପ୍’ ର ସମୀକ୍ଷା ଓ ସାଂଗଠନିକ ଵୈଠକ

କଟକ ସଦର, ୧୫/୦୫/୨୦୨୨( ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ରାଜ୍ୟରେ ଦିଲ୍ଲୀ ଓ ପଞ୍ଜାବ ଭଳି ଆମ ଆଦମୀ ପାର୍ଟି (ଆପ୍)ର ସଂଗଠନକୁ ତୃଣମୂଳ ସ୍ତରରୁ ସଂଗଠିତ କରିଵା ଲକ୍ଷରେ ଏବଂ ବିଜୁଳି ଦର ହ୍ରାସ ଅଭିଯାନର ସମୀକ୍ଷା ପାଇଁ ପାର୍ଟି ପକ୍ଷରୁ ଆଜି ରବିବାର ଦିନ କଟକ ଜିଲ୍ଲା ଆଵାହକ ଦୂର୍ଗା ପ୍ରସାଦ ପରିଡା ଙ୍କ ଆଵାହକତ୍ୱରେ ଚାଉଳିଆଗଞ୍ଜ ଶ୍ରଦ୍ଧା ଗାର୍ଡେନ ଠାରେ ଏକ ଵୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ୧୪ ଗୋଟି ଵ୍ଲକ ସହ ନଗରର ପ୍ରତ୍ୟେକ ୱ।ର୍ଡରୁ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଙ୍କ ସମେତ ଜିଲ୍ଲା ସଂପାଦକ ଵିଜୟ ମହାରଣା,ସଂଗଠନ ସଂପାଦକ ଅମିତ୍ ମହାପାତ୍ର,ନଗର ସଭାପତି ସନ୍ତୋଷ ବେହେରା, ନଗର ମହିଳା ସଭାପତି ଡଲି ଜେନା, ଜିଲ୍ଲା ପ୍ରଭାରୀ ଡଃ ଅଜୟ ପତି, ପ୍ରକାଶ ସାହୁ, ସମରେନ୍ଦ୍ର ଦ୍ବିବେଦୀ,ସଂଦୀପ ଦାସ ପ୍ରମୁଖ ଯୋଗ ଦେଇ ସଂଗଠନ ଉପରେ ଆଲୋଚନା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.