କଟକ ସଦର, ୧୫/୦୫/୨୦୨୨( ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତ ପକ୍ଷରୁ ସାହାରା ଓଡ଼ିଶା କଟକ ଆନୁକୁଲ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ରବିବାର ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିଵିର ଅନୁଷ୍ଠିତ ହୋଇ ଯାଇଛି।ଏହାକୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ଉଦ୍ଘାଟନ କରିଥିବା ବେଳେ ସରପଞ୍ଚ ମମତା ମଲ୍ଲିକ, ସମିତି ସଭ୍ୟା ମମତା ବେହେରା ଯୋଗ ଦେଇଥିଲେ।ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଶୋକ ମିଶ୍ର, ସର୍ଜନ ଡାକ୍ତର ଏଲ୍ ଭି ଗୈ।ରୀ,ଭେଷଜ ବିଶେଷଜ୍ଞ ଡାକ୍ତର କିଶୋର ବେହେରା, ଡାକ୍ତର ଅଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇ ୧୭୯ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ପ୍ରଦାନ କରିଥିଲେ।ଶିଵିରକୁ ସ୍ଥାନୀୟ ଯୁବକମାନେ ପରିଚାଳନା କରିଥିଲେ। ଓଡ଼ିଶା ସମାଚାର