ପୁରୀ ୧୪/୦୫/୨୦୨୨( ଓଡ଼ିଶା ସମାଚାର )- ୩ କୋଟି ଟଙ୍କାର ବ୍ରାଉନସୁଗାର ଜବତ । ପୁରୀ ମଙ୍ଗଳଘାଟ ଅଞ୍ଚଳରୁ ଏତେ ମୂଲ୍ୟର ବ୍ରାଉନସୁଗାରକୁ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଯାହାର ଓଜନ ୩ କେଜି ହେବ ବୋଲି ସୂଚନା ରହିଛି ।
ଉିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳ ସମୟରେ ପୁରୀର ମଙ୍ଗଳଘାଟ ଅଞ୍ଚଳରେ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରିଥିଲା । ଏହି ଚଢାଉରେ ବ୍ରାଉନସୁଗାର ମାଫିଆ ସୁଜିତ ପଟ୍ଟନାୟକ ଓରଫ୍ ନଣ୍ଡାକୁ ଗିରଫ କରାଯାଇଛି। ଗିରଫ ପରେ ନଣ୍ଡା ନିକଟରୁ ପ୍ରାୟ ୩ କେଜି ଓଜନର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ନଣ୍ଡାର ଘର କଣାସ ଥାନା କେସରପୁର ଗାଁରେ ବୋଲି ଜଣାପଡିଛି । ଓଡ଼ିଶା ସମାଚାର