ପାରାଦୀପ,୧୪/୦୫/୨୦୨୨( ଓଡ଼ିଶା ସମାଚାର )- ପାରାଦୀପ ଲାଇଟ ହାଉସ ନିକଟ ସମୁଦ୍ରରେ ଗାଧୋଉଥିବା ସମୟରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ନିଖୋଜ ଅଛନ୍ତି । ସେ ସମୁଦ୍ରରେ ଭାସିଯାଇଥିବା ନେଇ କିଛି ଦେଖଣାହାରୀ ମତ୍ସ୍ୟଜୀବୀଙ୍କ ସୂତ୍ରରୁ ପ୍ରକାଶ । ସମୁଦ୍ର କୂଳରୁ ସମ୍ପୃକ୍ତ ଛାତ୍ରଙ୍କ ସାଇକେଲ, ସ୍କୁଲବ୍ୟାଗ, ଜୋତା, ପ୍ୟାଣ୍ଟ ଆଦି ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଦିନ ୯ଟାରେ ଛାତ୍ର ଜଣକ ସ୍କୁଲରୁ ପାରାଦୀପ ବେଥାନୀ କନଭେଣ୍ଟ ସ୍କୁଲରୁ ଛୁଟି ହେବାପରେ କିଛି ସାଙ୍ଗଙ୍କ ସହିତ ସମୁଦ୍ର କୂଳକୁ ଆସିଥିଲେ । ସମୁଦ୍ର କୂଳରେ ପିଲାଟିର ପିନ୍ଧା ପ୍ୟାଣ୍ଟ, ସାଇକେଲ ଓ ସ୍କୁଲ ବ୍ୟାଗ ପଡ଼ିଥିବା ବେଳେ ଛାତ୍ର ଜଣକ ନିଖୋଜ ହେବାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ସମୁଦ୍ରରେ ଗାଧୋଉଥିବା ସମୟରେ ଭାସିଯିବା ନେଇ କିଛି ସ୍ଥାନୀୟ ଲୋକ ଆଶଙ୍କା କରୁଛନ୍ତି । ନିଖୋଜ ଛାତ୍ର ଜଣକ ହେଲେ ପାରାଦୀପ ମଧୁବନ ଭଞ୍ଜ କଲୋନୀର ବେଥାନୀ ସ୍କୁଲ ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପ୍ରମୋଦ କୁମାର ଦାସଙ୍କ ପୁଅ ପ୍ରୀତମ ଦାସ ବୋଲି ଜଣା ପଡିଛି । ଓଡ଼ିଶା ସମାଚାର