Saturday , April 1 2023
Breaking News
Home / ବିଶେଷ / ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୭୨ମାମଲା ଫଇସଲା, ୮୧,୭୨,୧୩୫ ଟଙ୍କା ଜୋରିମାନା ଆଦାୟ

ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୭୨ମାମଲା ଫଇସଲା, ୮୧,୭୨,୧୩୫ ଟଙ୍କା ଜୋରିମାନା ଆଦାୟ

କେନ୍ଦ୍ରାପଡ଼ା,୧୪/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କେନ୍ଦ୍ରାପଡା ସମେତ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୭୮୩ଟି ମାମଲା ମଧ୍ୟରୁ ୧୭୨ଟି ମାମଲାର ଫଇସଲା କରାଯାଇ ମୋଟ ୮୧ଲକ୍ଷ ୭୨ହଜାର ୧୩୫ଟଙ୍କା ଜୋରିମାନା ଆଦାୟ ହୋଇଛି । ୧୭୩ଟି ଦେୱାନୀ ମାମଲା ମଧ୍ୟରୁ ୪୪ଟି, ୪୧୭ଟି ଫୌଜଦାରୀ ମାମଲା ମଧ୍ୟରୁ ୬୮ଟି, ୭୯ଟି ପାରିବାରିକ ମାମଲା ମଧ୍ୟରୁ ୪୧ଟି, ୧୧୨ଟି ମଟରଯାନ ଦୁର୍ଘଟଣା ଜନିତ କ୍ଷତିପୁରଣ ମାମଲା ମଧ୍ୟରୁ ୧୯ଟିର ଫଇସଲା ହୋଇଥିଲା । ୪୫୬୭ଟି ବ୍ୟାଙ୍କ ଋଣ ଖିଲାପି ମାମଲା ମଧ୍ୟରୁ ୧୭୯ମାମଲା ଫଇସଲା ହୋଇ ୨୬ଲକ୍ଷ ୯୮ହଜାର ୯୦୦ ଟଙ୍କା ଆଦାୟ ହୋଇଥିଲା । ଜିଲ୍ଲା ଦୈରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ ବିକାଶ ଚନ୍ଦ୍ର ଦେ, ଜଜ୍ ତ୍ରିବିକ୍ରମ ଚିନ୍ନାରା, ବରିଷ୍ଠ ଦେୱାନୀ ଜଜ କୁମୁଦିନୀ ମୁଦୁଲି, ଆଲୋକମୟୀ ପ୍ରଧାନ, ଅତିରିକ୍ତ ବରିଷ୍ଠ ଦେୱାନୀ ଜଜ ଶୋଭନ କାନୁନଗୋ, ରେଜିଷ୍ଟ୍ରାର ପୁଣ୍ୟଶ୍ଳୋକ ରଥ, ଏସଡିଜେଏମ ଅମିତ କୁମାର ବେହେରା, ଦେୱାନୀ ଜଜ ସୋନାଲି ଅପରାଜିତା ପ୍ରମୁଖ ଯୋଗଦେଇ ମାମଲା ଗୁଡିକ ଶୁଣାଣୀ କରିଥିଲେ । ଆଇନ ସେବା ପ୍ରାଧିକରଣ ସଚିବ ସଙ୍ଗିତା ପାଣି ଆଜିର ଲୋକ ଅଦାଲତକୁ ପରିଚାଳନା କରିଥିଲେ । ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ପରିସରରେ ମଧ୍ୟ ଜଜମାନେ ମାମଲା ଗୁଡିକର ଶୁଣାଣି କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.