Wednesday , March 29 2023
Home / ବିଶେଷ / ମାହାଙ୍ଗା ଥାନା ଅଧିକାରୀ ଙ୍କ ସରକାରୀ ଘରେ ଭିଜିଲାନ୍ସ ଚଢ଼ାଉ

ମାହାଙ୍ଗା ଥାନା ଅଧିକାରୀ ଙ୍କ ସରକାରୀ ଘରେ ଭିଜିଲାନ୍ସ ଚଢ଼ାଉ

 ମାହାଙ୍ଗା,୧୪/୦୫/୨୦୨୨(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ମାହାଙ୍ଗା ଥାନା ଆଇ ଆଇ ସି ନିହାର ରଞ୍ଜନ ମହାନ୍ତିଙ୍କ ସରକାରୀ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ। ଚଢାଉ ପୂର୍ବରୁ ଖବର ପାଇ ଥାନା ଆଇ ଆଇ ସି ନିହାର ରଞ୍ଜନ ମହାନ୍ତି ଫେରାର ହୋଇଯାଇଥିଲେ। ଭିଜିଲାନ୍ସ ପକ୍ଷରୁ ସରକାରୀ ବାସଭବନକୁ ସିଲ୍ କରିବା ସହ ଭୁବନେଶ୍ଵର ସ୍ଥିତ ଭିଜିଲାନ୍ସ କାର୍ୟ୍ୟାଳୟରେ ହାଜିରା ହେବା ପାଇଁ ମାହାଙ୍ଗା ଥାନା ଆଇ ଆଇ ସି ନିହାର ରଞ୍ଜନ ମହାନ୍ତିଙ୍କୁ ନୋଟିସଜାରି କରିଛି। ନିହାର ରଞ୍ଜନ ମହାନ୍ତି ଭିଜିଲାନ୍ସ ରେ ହାଜିରା ହେବା ପରେ ସେଠାରୁ ତାଙ୍କୁ ଆଣି ମାହାଙ୍ଗା ଥାନା ସରକାରୀ ବାସଭବନ ଯାଂଚ କରିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଆଇ ଆଇ ସି ନିହାର ରଞ୍ଜନ ମହାନ୍ତିଙ୍କ ସ୍ତ୍ରୀ ନିନା ବେହୁରା ରାୟଗଡ଼ା ଅବକାରୀ ବିଭାଗ ରେ କାର୍ୟ୍ୟରତ ଥିଲେ। ଗତକାଲି ରାତିରେ ରାୟଗଡ଼ାରୁ ଭବନେଶ୍ୱର ଆସୁଥିବା ବେଳେ ଭିଜିଲାନ୍ସ ବିଶେଷ ସୂତ୍ରରୁ ଖବର ପାଇ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ତାଙ୍କ ନିକଟରୁ ନଗଦ  ଛଅ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍। ଜବତ ଛଅ ଲକ୍ଷ ଟଙ୍କାର ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବାରୁ ଭିଜିଲାନ୍ସ ଛଅ ଲକ୍ଷ ଟଙ୍କା ଜବତ କରିବା ସହ ଅବକାରୀ ଅଧିକାରିଣୀ ନିନା ବେଉରା ଙ୍କୁ ଗିରଫ କରିଥିଲା। ଗିରଫ କରିବା ପରେ ଭିଜିଲାନ୍ସ ପକ୍ଷରୁ ନିନା ବେଉରା ଙ୍କ ଭୁବନେଶ୍ଵର ସ୍ଥିତ ବାସଭବନ, ବିଭିନ୍ନ ସମ୍ପର୍କୀୟଙ୍କ ବାସଭବନ, ନିନା ବେଉରା ଓ ନିହାର ରଞ୍ଜନ ମହାନ୍ତିଙ୍କ ପୈତୃକ ବାସଭବନ ଚଢାଉ ହେବା ସହ ନିନା ବେଉରା ଙ୍କ ସ୍ବାମୀ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ମାହାଙ୍ଗା ଥାନା ପରିସରରେ ଥିବା ସରକାରୀ ବାସଭବନକୁ ସିଲ୍ କରିଛି ଭିଜିଲାନ୍ସ। ଓଡ଼ିଶା ସମାଚାର

Leave a Reply

Your email address will not be published.