Wednesday , May 25 2022
Breaking News
Home / ବିଶେଷ / ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାୟଗଡ଼ା ଅବକାରୀ ଅତିରିକ୍ତ ଅଧୀକ୍ଷକ ନିନା ବେଉରା

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାୟଗଡ଼ା ଅବକାରୀ ଅତିରିକ୍ତ ଅଧୀକ୍ଷକ ନିନା ବେଉରା

କଟକ, ୧୪/୦୫/୨୨(ଓଡିଶା ସମାଚାର)- ରାୟଗଡ଼ା ଅବକାରୀ ଅତିରିକ୍ତ ଅଧୀକ୍ଷକ ନିନା ବେଉରା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ ରାୟଗଡ଼ା ଅବକାରୀ ଅତିରିକ୍ତ ଅଧୀକ୍ଷକ ନିନା ବେଉରା ଗତକାଲି ବିଳମ୍ବିତ ରାତି (ପ୍ରାୟ ସାଢ଼େ ୧୧ଟା) ରେ ରାୟଗଡ଼ାରୁ ଭୁବନେଶ୍ୱର ଯିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରାୟଗଡ଼ାରୁ ସେ ଅନୈତିକ ଉପାୟରେ ଅର୍ଜିତ ଟଙ୍କା ନେଇ ଆସୁଥିବାର ଖବର ପାଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ନିକଟରେ ଚଢ଼ାଉ କରିଥିଲା। ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହି ଅର୍ଥର ହିସାବ ସଂପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହାପରେ ଶ୍ରୀମତୀ ବେଉରା ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଉଛି। ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ସ୍ୱାମୀ ନିହାର ରଂଜନ ମହାନ୍ତି କଟକ ଜିଲ୍ଲାର ମାହାଙ୍ଗା ଥାନା ଅଧିକାରୀ ଭାବେ କାର୍ୟ୍ୟରତ। ଭିଜିଲାନ୍ସ ଟିମ୍ ମାହଙ୍ଗାଠାରେ ତାଙ୍କ କ୍ୱାର୍ଟରରେ ପହଞ୍ଚିବା ପରେ ଏହା ତାଲା ପଡ଼ିଥିବା ଏବଂ ଆଇଆଇସି ଉପସ୍ଥିତ ନଥିବାର ଦେଖିବାକୁ ପାଇଥିଲେ। ଭିଜିଲାନ୍ସ ଟିମ୍ ତାଙ୍କ କ୍ୱାର୍ଟରରେ ଚଢ଼ାଉ କରିବାକୁ ଆସୁଥିବାର ସୁରାକ୍ ପାଇ ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତି ନିଜ ଘରେ ତାଲା ପକାଇ ଏବଂ ମୋବାଇଲ୍ ସୁଇଚ୍ ଅଫ୍ କରି କୁଆଡ଼େ ପଳାଇଥିବା କୁହାଯାଉଛି।ତେବେ ସେ ଏହାକୁ ଅସ୍ୱିକାର କରିଛନ୍ତି । ସେ ଉପସ୍ଥିତ ନଥିବାରୁ ତାଙ୍କୁ ଭିଜିଲାନ୍ସ ନିକଟରେ ହାଜର ହେବା ଲାଗି ନିର୍ଦେଶ ଦିଆଯାଇଥିଲା। ଆଡ଼ିସନାଲ ଏସପି ଙ୍କ ଠାରୁ ସୂଚନା ପାଇ ନିନା ଙ୍କ ସ୍ୱାମୀ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜିନ କାର୍ୟ୍ୟାଳୟରେ ହାଜର ହୋଇଛନ୍ତି ।
ତେବେ ଭିଜିଲାନ୍ସରେ ହାଜର ହେବା ପରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି ଯେ, ମୁଁ କୁଆଡେ ଛାଡିକି ଯାଇନଥିଲି । ଏପିରିକି ମୋ ସହିତ ଶୁକ୍ରବାର ଦିନ କେହି ଯୋଗାଯୋଗ କରିନାହାନ୍ତି । ଆଉ ବାକି ରହିଲା ପତ୍ନୀଙ୍କ ଟଙ୍କା ସମ୍ବନ୍ଧୀୟ ତଥ୍ୟ ବିଷୟରେ ମୁଁ କିଛି ଜାଣିନି । ମୋ ପତ୍ନୀ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି ବୋଲି ମୁଁ ଜାଣିନଥିଲି । ଚାହିଁଥିଲେ ଭିଜିଲାନ୍ସ ମୋତେ ଯୋଗାଯୋଗ କରିପାରିଥାନ୍ତା । ଅତିରିକ୍ତ ଏସପି ମୋତେ ଏନେଇ ଯୋଗାଯୋଗ କରି ମୋତେ ଭିଜିଲାନ୍ସରେ ହାଜର ହେବାକୁ ନିର୍ଦ୍ଦେଶ ଥିବା କହିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *