Wednesday , March 29 2023
Home / ତାଜା ଖବର / ଜିଲା ପୁଲିସ କାର୍ୟ୍ୟାଳୟ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଜିଲା ପୁଲିସ କାର୍ୟ୍ୟାଳୟ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଗଞ୍ଜାମ, ୧୪/୦୫/୨୦୨୨( ଓଡ଼ିଶା ସମାଚାର )-ଶନିବାର ସଂଧ୍ୟାରେ ଗଞ୍ଜାମ ଜିଲା ପୋଲିସ କାର୍ୟ୍ୟାଳୟ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି। ଜିଲା ପୁଲିସ କାର୍ୟ୍ୟାଳୟ ଆଗରେ ଜଣେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବକ ଜଣଙ୍କ ରମ୍ଭା ଥାନା ଅନ୍ତର୍ଗତ ବୋରିଗାଁର ବାଦଲ ସାହୁ ବୋଲି ଜଣାପଡିଛି। ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଳେ। ନିଆଁରେ ପୋଡି ବାଦଲଙ୍କ ଶରୀରର ଅଧିକାଂଶ ଅଂଶ ଜଳି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଆତ୍ମାହୁତିର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.