Thursday , March 23 2023
Home / ବିଶେଷ / ଗାଁ କୁ ଫେରିଲା ପୁଣି ଦାଦନ ଶ୍ରମିକ ଙ୍କ ମୃତ ଦେହ

ଗାଁ କୁ ଫେରିଲା ପୁଣି ଦାଦନ ଶ୍ରମିକ ଙ୍କ ମୃତ ଦେହ

କଲାହାଣ୍ଡି ,୧୪/୦୫/୨୨ (ଓଡିଶା ସମାଚାର /ସଂଜୟ ସିଂହ)-ସରକାର ଙ୍କ ଦୃଷ୍ଟି କେବେ ପଡିବ ଦାଦନ ଶ୍ରମିକଙ୍କ ଉପରେ । ଦୁଃଖର ଅନ୍ତ ହେବ କେବେ ? କଲାହାଣ୍ଡି ଜିଲ୍ଲାର ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ଛାଡିବାର ନାଁ ଧରୁନି । କେତେବେଳେ ଦଲାଲ ମାନଙ୍କ ଶୋଷଣର ଶିକାର ତ ପୁଣି କେତେବେଳେ ଠିକାଦାର ଙ୍କ ନିର୍ୟାତନାରେ ନିରିହ ଦାଦନ ଶ୍ରମିକ , ଆଉ କେବେ ପୁଣି ଦାଦନ ଶ୍ରମିକଙ୍କ ମୃତ ଦେହ ଫେରୁଛି ଗାଁ କୁ । ଏଭଲି ଅଭାବନୀୟ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଉନୀ ଗ୍ରାମର ଗଜେନ୍ଦ୍ର ନାଏକ । ଗତ ଦେଢ଼ମାସ ତଲେ ପରିବାର ର ଆର୍ଥିକ ଅଭାବ ଯୋଗୁଁ ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ବେଙ୍ଗାଲୋର ଯାଇଥିଲେ । ସେଠାରେ କୁମଲଗଡ ଗେରପାଲିଆ ରେ ଏକ ପ୍ରଭା ଇଣ୍ଡଷ୍ଟ୍ରିଆଲ ନାମକ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବରେ କାମ କରୁଥିଲେ । ହେଲେ ପ୍ରତିଦିନ ଭଲି ସେଦିନ ମଧ୍ୟ କାମକୁ ବାହାରିଥିଲେ । କିନ୍ତୁ ବାଟରେ ଜଗି ରହିଥିଲା ମୃତ୍ୟୁ । ଆଉ ଟ୍ରେନ ଧକ୍କା ହେବା ଫଳରେ ଗଜେନ୍ଦ୍ର ଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ରାତିରେ ପରିବାର ପାଖକୁ ଖବର ପହଞ୍ଚିଥିଲା । ଆଜି ବେଙ୍ଗାଲୋର ରୁ ଶ୍ରମିକଙ୍କ ମୃତ ଦେହ ଗାଁରେ ପହଞ୍ଚିଛି । ରୋଜଗାରିଆ ପୁଅର ଦୁର୍ଘଟଣା ଜନିତ ମୃତ୍ୟୁ ଖବର ପାଇବା ପରେ ବୃଦ୍ଧ ବାପା ମାଁ ସହ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଏହି ଦୁଃଖି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି। ଓଡିଶା ସମାଚାର

Leave a Reply

Your email address will not be published.