Monday , March 20 2023
Breaking News
Home / ବିଶେଷ / କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ କଟକ ଡିସିପିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ କଟକ ଡିସିପିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କଟକ,୧୪/୦୫/୨୦୨୨(ଓଡ଼ିଶା ସମାଚାର)  – କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ ସମସ୍ତ କର୍ମକର୍ତ୍ତା ବର୍ଗ କଟକର ନୂତନ ଡିସିପି  ପିନାକ ମିଶ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ମାଧ୍ୟମରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ସଂଘର ଉପ ସଭାପତି ବଦ୍ରୀ ନାରାୟଣ ଦାସ,ସମ୍ପାଦକ ଶିଶିର ଲେଙ୍କା,ସହ ସମ୍ପାଦକ ଗଗନ ବିହାରୀ ପରିଡ଼ା,ହିରାଲାଲ ପଣ୍ଡା,ଚକ୍ରବର୍ତ୍ତୀ ଓତା,କୋଷାଧ୍ୟକ୍ଷ ବିଭୂତି ଭୂଷଣ ରାଉତ,ସିଟୁ ନେତା ରବି ମଲ୍ଲିକ, ମନମୋହନ ପତି ପ୍ରମୁଖ ଉପସ୍ଥିତ ଥିଲେ । ବାଦାମବାଡି ବସ ଷ୍ଟାଣ୍ଡରେ ବସ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଡିସିପିଙ୍କ ସହ ଆଲୋଚନା କରାଯାଇଥିଲା ଏବଂ ଡିସିପି ମହୋଦୟ ସମସ୍ୟା ଉପରେ ଦୃଷ୍ଟି ଦେବେବୋଲି ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.