Tuesday , March 28 2023
Breaking News
Home / ବିଶେଷ / ଆସିକା ର ପୂର୍ବତନ ବିଧାୟକ ନିଖୋଜ , ଅପହରଣ ସନ୍ଦେହ

ଆସିକା ର ପୂର୍ବତନ ବିଧାୟକ ନିଖୋଜ , ଅପହରଣ ସନ୍ଦେହ

ଭୁବନେଶ୍ୱର,୧୪/୦୫/୨୦୨୨( ଓଡ଼ିଶା ସମାଚାର )-ଗଂଜାମ ଜିଲା ଆସିକାର ପୂର୍ବତନ ବିଧାୟକ ( କଂଗ୍ରେସ) ସରୋଜ ପାଢ଼ୀ ଗତ ଗୁରୁବାର ଠାରୁ ନିଖୋଜ ଅଛନ୍ତି । ଏ ନେଇ ତାଙ୍କ ପୁଅ ସଙ୍ଗୀତ ପାଢ଼ୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ କ୍ୟାପିଟାଲ ଥାନାରେ ୧୩ /୨୨ ରେ ଏକ ମାମଲା ରୁଜୁ ହୋଇଛି । ୟୁନିଟ ୬ ର ଏକ ଆପାର୍ଟମେଂଟ ରେ ସେ ପରିବାର ସହ ରହନ୍ତି । ଗତ ଗୁରୁବାର ସକାଳ ପ୍ରାୟ ୮ ଟା ବେଳେ ସେ ଘରୁ ବାହାରକୁ ଯାଇଥିଲେ । ଆଉ ଘରକୁ ଫେରିନାହାନ୍ତି । ତାଙ୍କ ଫୋନ୍ ସୁଇଚ ଅଫ୍ ଅଛି । ତାଙ୍କୁ ଅପହରଣ କରାଯାଇଥିବା ତାଙ୍କ ପରିବାର ସନ୍ଦେହ କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.